ନ୍ୟୁଜିଲାଣ୍ଡରେ ‘ବ୍ଲୁ ସ୍ପ୍ରିଙ୍ଗ୍ସ ଓ୍ଵାଟରଫ୍ରଣ୍ଟ’ରେ ମସ୍ତି କରୁଥିବାର ନଜର ଆସିଲେ ଟିମ୍ ଇଣ୍ଡିଆ, BCCI ଶେୟାର କଲା ଫଟୋ ଓ ଭିଡିଓ
ଭାରତୀୟ କ୍ରିକେଟ ଟିମ୍ ଟେଷ୍ଟ ସିରିଜ୍ ପୂର୍ବରୁ ନିଜକୁ ତାଜା ରଖିବା ପାଇଁ ଗୁରୁବାର ନ୍ୟୁଜିଲାଣ୍ଡରେ ‘ବ୍ଲୁ ସ୍ପ୍ରିଙ୍ଗ୍ସ ଓ୍ଵାଟରଫ୍ରଣ୍ଟ’ରେ ଦିନ କାଟିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ଟିମ୍ ଇଣ୍ଡିଆର ଖେଳାଳିମାନେ ମସ୍ତି କରୁଥିବାର ନଜର ଆସୁଛନ୍ତି।
A long walk by the Blue Springs and a whole lot of fun with the team mates, that’s how #TeamIndia spent the day off ahead of the Test series. pic.twitter.com/TPmIisqW8v
— BCCI (@BCCI) February 13, 2020
ପେସର୍ ମହମ୍ମଦ ଶାମୀ ମଧ୍ୟ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପ୍ଟେନ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ନଜର ଆସୁଛନ୍ତି। ଯୁବ ସଦସ୍ୟ ନବଦୀପ ସୈନୀ ମଧ୍ୟ ତାଙ୍କ ସହିତ ଥିଲେ। ସିନିୟର ଓ୍ଵକେଟ୍କିପର୍ ରିଦ୍ଧିମାନ୍ ସାହାଙ୍କ ଅନୁସାରେ, ଖେଳାଳିମାନେ ୭ରୁ ୮କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ, ଯାହାକି ଏକ ଭଲ ବ୍ୟାୟାମ ହୋଇଥାଏ।
WATCH : #TeamIndia spend the day off at the Blue Springs 🌊
Clear blue water and picturesque hike, watch as the team enjoy time off in nature’s abode.🏞️👌 – by @rajalarora and @MdShami11
Full Video 📽️➡️ https://t.co/A2IIpMyUaw pic.twitter.com/6NNS1KKOwW
— BCCI (@BCCI) February 13, 2020
ତ୍ରିଦିବସୀୟ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଗୋଟିଏ ଦିନ ବ୍ରେକ୍ ମିଳିଥିଲା, ଯେଉଁଥିରେ ସେମାନେ ବ୍ଲୁ ସ୍ପ୍ରିଙ୍ଗ୍ସ ଯିବାକୁ ନିଷ୍ପତ୍ତି ନେଇଥିଲେ। ଖେଳାଳିମାନଙ୍କ ‘ଭାଲେଣ୍ଟାଇନ୍ ଡେ’ କ୍ରିକେଟ୍ ପିଚ୍ରେ ବିତିବ, ଏଥିପାଇଁ କ୍ୟାପ୍ଟେନ କୋହଲି ଫ୍ରି ଟାଇମ୍ର ମଜା ଉଠାଇବା ପାଇଁ ସ୍ତ୍ରୀ ଅନୁଷ୍କାଙ୍କୁ ସାଙ୍ଗରେ ନେଇଥିଲେ।