ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି, ବିନା ମୂଲ୍ୟରେ ୪ ଦିନ ପାଇଁ ଅଟୋ ସେବା ଯୋଗାଇବେ ଆନନ୍ଦପୁର ଅଟୋ ସଂଘର ସଭାପତି ନରେନ୍ଦ୍ର କୁମାର

ଆନନ୍ଦପୁର: ସହିଦ୍‌ଙ୍କ ସ୍ମୃତିରେ ବିନା ମୂଲ୍ୟରେ ଅଟୋ ସେବା। ଆନନ୍ଦପୁର ଅଟୋ ସଂଘ ସଭାପତି ନରେନ୍ଦ୍ର କୁମାରଙ୍କ ପକ୍ଷରୁ ପୁଲୱାମା ସହିଦଙ୍କୁ ଏହି ନିଆରା ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୪ ଦିନ ପାଇଁ ବିନା ମୂଲ୍ୟରେ ଅଟୋ ସେବା ଯୋଗାଇ ଦେବେ। ଆନନ୍ଦପୁର ବଜାରରୁ ଘଷିପୁରା ମେଡିକାଲ ଏବଂ ଉତ୍ତେରଶ୍ୱର ମନ୍ଦିରରୁ ଝାଡେଶ୍ୱରୀ ମନ୍ଦିର ଏପରି ଅନେକ ସ୍ଥାନକୁ ବିନା ମୂଲ୍ୟରେ ଅଟୋ ସେବା ଯୋଗାଉଛନ୍ତି। ସହିଦ୍‌ ମାନଙ୍କ ପ୍ରତି ଏପରି ଶ୍ରଦ୍ଧାଞ୍ଜଳିକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।