ମାତ୍ର ୧୫ ସେକେଣ୍ଡରେ ସଂକ୍ରମଣ ହୋଇପାରେ କରୋନା, ଜାଣନ୍ତୁ କିପରି କରିବେ ନିଜକୁ ରକ୍ଷା
ମାରାତ୍ମକ କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। କରୋନା ନିଜର କାୟା ଚୀନରେ ଏତେ ମାତ୍ରାରେ ବିସ୍ତାର କଲାଣି ଯେ, ହଜାରରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ଲକ୍ଷାଧିକ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନର କରୋନାର ସ୍ଥିତି ଭୟାବହ ହେବାକୁ ଲାଗିଛି। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। କିପରି ଆପଣ ନିଜକୁ ବଞ୍ଚାଇ ପାରିବେ ଆମେ ଆପଣଙ୍କୁ ସେ ବିଷୟରେ କିଛି ଉପାୟ ଜଣାଇବୁ। ଆସନ୍ତୁ ଜାଣିବା ଉପାୟ…
– ବ୍ୟକ୍ତିଗତ ସ୍ୱଚ୍ଛତା ସବୁବେଳେ ରଖନ୍ତୁ।
– ସାବୁନ କିମ୍ବା ପାଣିରେ ନିଜ ହାତକୁ ୨୦ ସେକେଣ୍ଡରୁ ଅଧିକ ସମୟ ଧୁଅନ୍ତୁ।
– ଆଖି, ନାମ, ମୁହଁକୁ ଛୁଇଁବା ଆଗରୁ ହାତକୁ ଭଲଭାବେ ଧୁଅନ୍ତୁ।
– ଯେଉଁମାନେ କରୋନାରେ ଆକ୍ରାନ୍ତ, ସେମାନଙ୍କ ନିକଟ ସଂପର୍କୀୟଙ୍କ ଠାରୁ ଦୂରେଇ ରୁହନ୍ତୁ।
– ଯଦି ଆପଣ ରୋଗାଗ୍ରସ୍ତ ତେବେ ଘରେ ରୁହନ୍ତୁ। ବାହାରକୁ ଯାଆନ୍ତୁ ନାହିଁ।
– କାଶ କିମ୍ବା ଛିଙ୍କ ହେଉଥିଲେ ନିଜ ମୁହଁଙ୍କୁ ଢାଙ୍କନ୍ତୁ। ଏପରି କରିବା ପରେ ଭଲଭାବେ ହାତ ଧୁଅନ୍ତୁ।
– ସଂକ୍ରମଣରୁ ବଞ୍ଚିବା ପାଇଁ ସାର୍ବଜନିତ ସ୍ଥାନରେ ଯାତ୍ରା କରିବା ପୂର୍ବରୁ ଏନ୍୯୫ ମାସ୍କ ବ୍ୟବହାର କରନ୍ତୁ।
– ବାରମ୍ବାର ଗୋଟେ ମାସ୍କକୁ ବ୍ୟବହାର କରନ୍ତୁ ନାହିଁ। ଅତିକମ୍ରେ ଦୁଇଥର ବ୍ୟବହାର କରନ୍ତୁ।
– ଯଦି ଆପଣ କରୋନା ଭାଇରସ ସଂକମ୍ରଣ ହୋଇଥିବା ସନ୍ଦେହ ହେଉଛି, ତେବେ ତୁରନ୍ତ ମାସ୍କ ପିନ୍ଧନ୍ତୁ। ଏବଂ ହସପିଟାଲରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।