ଭାଲେଣ୍ଟାଇନ ଡେ’ରେ ଗାର୍ଲଫ୍ରେଣ୍ଡକୁ ୧୨୦୦ କୋଟି ଟଙ୍କାର ଉପହାର ଦେଲେ ଆମାଜନ ସିଇଓ
ପ୍ରେମଦିବସରେ ପ୍ରେମିକ ପ୍ରେମିକା ଉଭୟକୁ ବିଭିନ୍ନ ପ୍ରକାର ଉପହାର ହେଉଥିବା ଆପଣମାନେ ନିଶ୍ଚିତ ଜାଣିଥିବେ। କିଏ କାହାକୁ ଫୁଲଟିଏ ହେଉଥିବା ବେଳେ କିଏ ଚକୋଲେଟ୍ ତ ଆଉ କିଏ ଅନ୍ୟକିଛି। କିନ୍ତୁ କେହି କେବେ ଏହି ଉପହାରର ମୂଲ୍ୟ କେବେ କାହା ସହିତ ତୁଳନା କରେନାହିଁ। କିନ୍ତୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ନିଜ ପ୍ରେମିକାକୁ ଏପରି ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ଶୁଣିଲେ ସାଧାରଣ ଲୋକଙ୍କ ମୁଣ୍ଡ ନିଶ୍ଚିତ ବୁଲାଇଯିବ।
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ସିଇଓ ଜେଫ ବେଜୋସ ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଗର୍ଲଫ୍ରେଣ୍ଡ ଲରେନ ସାଞ୍ଜେଜଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଲରେନଙ୍କ ପାଇଁ ଆମେରିକାର ଲସ୍ ଆଞ୍ଜେଲ୍ସରେ ୧୨ଶହ କୋଟି ଟଙ୍କା ଦେଇ ଏକ ଘର କିଣିଛନ୍ତି। ଦୁହେଁଁ ଅନେକ ଦିନ ହେଲାଣି ଏକ ନୂଆ ଘର ସନ୍ଧାନରେ ରହିଥିଲେ। ଜାନୁଆରୀ ଶେଷରେ ଦୁହିଁଙ୍କୁ ଘରଟି ବେଶ୍ ପସନ୍ଦ ଆସିଥିଲା। ୯ ଏକର ବିଶିଷ୍ଟ ଜାଗାରେ ଥିବା ଏହି ଘରଟି ଜର୍ଜିଆନ୍ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଗାର୍ଡେନ, ୨ଟି ଗେଷ୍ଟହାଉସ୍, ଟେନିସ୍ କୋର୍ଟ, ସୁଇମିଙ୍ଗ ପୁଲ୍, ୯ ହୋଲ ଗଲ୍ଫ କୋର୍ସ, ମୋଟର କୋର୍ଟ, ସର୍ଭିସ ଗ୍ୟାରେଜ୍ ପ୍ରମୁଖ ଏହି ଘରେ ରହିଛି।
ସୂଚନାଯୋଗ୍ୟ, ଗତବର୍ଷ ଜେଫ ନିଜର ପୂର୍ବ ପତ୍ନୀ ମେଙ୍କେଜି ଠାରୁ ବିବାହ ବିଚ୍ଛେଦ ହୋଇଥିଲା। ଜେଫଙ୍କ ସମ୍ପତ୍ତି ୧୩୧.୩ ଅରବ ଡଲର ରହିଛି। ଜେଫ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ଅନ୍ୟତମ।