Below header

ଭାରତରେ ହୋଇଗଲା ୨୧ ଦିନ ଲକଡାଉନ, ଗରିବ ଓ ଦିନ ମଜୁରିଆଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପିଲ କଲେ ଟେନିସ୍ ତାରକା ସାନିଆ ମିର୍ଜା

ଏବେ କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଏନେଇ କାହା ମନରେ ରୋଗର ଭୟ ଘାରିଥିବାବେଳେ କିଛି ଲୋକଙ୍କ ମନରେ ଭାରତ ବନ୍ଦ ଯୋଗୁ କିପରି ଘର ଚଳିବ ସେ ନେଇ ଚିନ୍ତାରେ ଅନେକ ଲୋକ।ସୂଚନା ଅନୁଯାୟୀ କରୋନା ଭୂତାଣୁ ଭଳି ମହାମାରୀ ରୋଗ ପାଇଁ ଆଜି ଠାରୁ ସମଗ୍ର ଭାରତ ଆସନ୍ତା ୨୧ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।

ରିପୋର୍ଟ ଅନୁଯାୟୀ ସାନିଆ ନିଜର ପର୍ସନାଲ ସୋସିଆଲ ପେଜ୍ ରେ ନିଜ ମନ କଥା ଲୋକଙ୍କ ସହ ସେୟାର କରିଛନ୍ତି। ସାନିଆଙ୍କ କହିବାନୁଯାୟୀ ଆମେମାନେ ଖୁବ ଭାଗ୍ୟବାନ, କାରଣ ସବୁକିଛି ଠିକ ହେବାର ବ୍ୟବସ୍ଥା ଆମେ ଘରେ ବସି କରିପାରିବା କିନ୍ତୁ ସେହି ଲୋକମାନଙ୍କର କଣ ହେବ? ଯେଉଁମାନେ ପ୍ରତ୍ୟେକଦିନ ଦୁଇ ଓଳି ଖାଦ୍ୟ ଖାଇବା ପାଇଁ କାମ କରିବା ପାଇଁ ଘରୁ ବାହାରକୁ ବହାରିଥାନ୍ତି। ଏହିପରି ଗରିବ ଶ୍ରେଣୀର ୧୦୦ କିମ୍ବା ୨୦୦ ଲୋକ ନୁହଁନ୍ତି ବରଂ ହଜାର ହଜାର ସଂଖ୍ୟାରେ ଲୋକମାନେ ଗୁହାରୀ କରିଛନ୍ତି। ଏଥିପାଇଁ ସରକାର ସମ୍ପୂର୍ଣ୍ଣ ରୂପେ କାମ କରୁଛନ୍ତି କିନ୍ତୁ ଆମେମାନେ ମଧ୍ୟ ଏହି ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏକତ୍ରିତ ହୋଇ କିଛି ସାହାଯ୍ୟ କରିବା ଉଚିତ। ଏଥିପାଇଁ ସାନିଆ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି।

ସୂଚନା ମୁତାବକ ସାନିଆଙ୍କ ବ୍ୟତୀତ ହରିୟାଣାର ରେସଲର ବଜରଙ୍ଗ ପୁନିଆ ମଧ୍ୟ ନିଜର ୬ ମାସର ଦରମା କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସରକାରଙ୍କୁ ଦାନ ଦେଇଛନ୍ତି। ଏହାବ୍ୟତୀତ ଲୋକପ୍ରିୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଲୋକମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାରଙ୍କୁ ୫୦ଲକ୍ଷ ଟଙ୍କା ଦାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.