କଣ କଦଳୀ ଖାଇଲେ ପାଖ ମାଡିବନି କରୋନା ଭାଇରସ ? ଜାଣନ୍ତୁ ଏହା କେତେ ସତ କେତେ ମିଛ

ବିଗତ କିଛି ସପ୍ତାହ ହେବ ସାରା ବିଶ୍ୱରେ ଏକ ଖବର ସାମ୍ନାକୁ ଆସୁଛି କି, କଦଳୀ ଖାଇଲେ କରୋନା ଆଉ ପାଖ ମାଡିବନି । ଫେସବୁକରେ ଏହାକୁ ନେଇ ଅନେକ ପୋଷ୍ଟ କରାଯାଉଛି । ଯଦିଓ ଡାକ୍ତର ଏବଂ  ଆହାର ବିଶେଷଜ୍ଞମାନେ କଦଳୀକୁ ଏକ ପ୍ରାକୃତିକ ଶକ୍ତି ବୋଲି କହିଥାନ୍ତି, କିନ୍ତୁ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏହା ସହାୟକ ହୋଇପାରିବ କି ନାହିଁ, ସେ ବିଷୟରେ ଅଲଗା ଅଲଗା ମତ ପ୍ରକାଶ କରିଛନ୍ତି ।

ଆହାର ବିଶେଷଜ୍ଞଙ୍କ ମତରେ, କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । କୌଣସି ବି ରୋଗ ହେଲେ ଶରୀରରେ ଇମ୍ୟୁନିଟି ପାୱାର କମିଯାଇଥାଏ । କଦଳୀର ଏକ ଖାସ ଗୁଣ ହେଉଛି, ଏଥିରେ ଭିଟାମିନ-ସି ଛଡା ଫାଇବର, ପୋଟାସିଅମ, ଭିଟାମିନ ବି-6 ଏବଂ ପାଣି ପ୍ରଚୁର ମାତ୍ରାରେ ରହିଥାଏ । ଇମ୍ୟୁନିଟି  ବଢାଇବାରେ କଦଳୀ ସବୁଠାରୁ ଭଲ ଫଳ। କିନ୍ତୁ କରୋନାରୁ ବର୍ତ୍ତିବା ପାଇଁ ଖୁବ ମାତ୍ରାରେ କଦଳୀ ଖାଇବା ଭଲ ନୁହେଁ ।

Indian Medical Associationର ପୂର୍ବତନ ଅଧ୍ୟକ୍ଷ ଡା. କେକେ ଅଗ୍ରୱାଲ କହିଥିଲେ,  କରୋନା ଭାଇରସ ଏକ ସଂକ୍ରମଣ । କେବଳ ଔଷଧ ଏବଂ ଟିକାରେ ହିଁ ଏହାର ଚିକିତ୍ସା ହୋଇପାରିବ । କଦଳୀ ଖାଇବା ଏକ ଗୁଜବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.