ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ, ସମ୍ପତ୍ତି ଲୁଚାଇ ରଖିବା ଅଭିଯୋଗରେ ହୋଇଛି ଏହି ଦଣ୍ଡାଦେଶ

ଟେନିସ ଜଗତର ମହାନ ଖେଳାଳି ତଥା ୬ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ବୋରିସ ବେକରଙ୍କୁ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଅଦାଲତ ବୋରିସଙ୍କୁ ଦେବାଳିଆ ଘୋଷିତ ହେବା ପରେ ବ୍ୟାଙ୍କରୁ ଋଣ ପରିଶୋଧ ନକରି ୨.୫ ମିଲିୟନ ପାଉଣ୍ଡର ସମ୍ପତ୍ତି ଲୁଚାଇ ରଖିବା ଅପରାଧରେ ଲଣ୍ଡନର ଏକ କୋର୍ଟ ଆଜି ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଦେବାଳିଆ ଅଧିନିୟମରେ ସେ ୪ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବେକର ୨୦୧୭ ଜୁନ ମାସରେ ଦେବାଳିଆ ହେବା ପରେ ମୋଟ ୯ ଜଣଙ୍କୁ ୪,୨୭,୦୦ ୟୁରୋ(୩୫୬୦୦ ପାଉଣ୍ଡ) ସ୍ଥାନାନ୍ତର କରିଥିଲେ। ଏହି ୯ ଜଣଙ୍କ ମଧ୍ୟରୁ ତାଙ୍କର ପତ୍ନୀ ବାରବରା ଓ ଲିଲି ବେକର ବି ସାମିଲ ରହିଛନ୍ତି। ସ୍ପେନର ମାଲୋର୍କାରେ ବିଳାସପୂର୍ଣ୍ଣ ସମ୍ପତ୍ତି ଥିବା ସତ୍ତ୍ୱେ ଏହାକୁ ଲୁଚାଇ ରଖିଥିଲେ ବୋରିସ। ଏହାପରେ ବୋରିସ ବେକର ଅନ୍ୟ ୨୦ ଟି ମାମଲାର ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।

ସୂଚନାଯୋଗ୍ୟ, ବୋରିସ ବେକର ଟେନ୍ନିସ ଜଗତରେ ଜଣେ ମହାନ ଖେଳାଳି। ସେ ୬ ଥର ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ସେ ନିଜର ପ୍ରଥମ ୱିମ୍ବଲ୍ଡନ ଓପନ ଗ୍ରାଣ୍ଡ ସ୍ଲାମ ଟାଇଟଲ ୧୯୮୫ରେ ଜିତିଥିଲେ। ଏହାକୁ ମିସାଇ ସେ ୩ ଥର ୱିମ୍ବଲ୍ଡନ, ୨ ଥର ଅଷ୍ଟ୍ରେଲିଆନ୍ ଓପନ ଓ ଗୋଟିଏ ୟୁଏସ୍ ଓପନ ଟାଇଟଲ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.