Below header

WWE ରୁ ସନ୍ୟାସ ନେଲେ ଡ୍ୱେନ ଜନସନ ,କହିଲେ ଯାହା ଚାଁହୁଥିଲି ସବୁ ମିଳିଲା

‘ଦ ରକ’ ନାମରେ ଜଣାଶୁଣା ଡ୍ୱେନ ଜନସନ WWE ରୁ ସନ୍ନ୍ୟାସ ନେବେବୋଲି ରବିବାର ଦିନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ସେ ଏହି ଖେଳରୁ ବିଦାୟ ନେଉଛନ୍ତି କିନ୍ତୁ ଭବିଷ୍ୟତରେ ଏହି ଖେଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନାକୁ ମଧ୍ୟ ସେ ଏଡାଇ ପାରି ନାହାନ୍ତି ।

‘ଦ ରକ’ ପ୍ରଥମଥର ପାଇଁ ସାର୍ବଜନିକ ଭାବେ ରେସଲିଙ୍ଗରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ସେ “ଲାଇବ ଉଇଥ କେଲି ଆଣ୍ଡ ରାୟନ ଇନ ଦ ଷ୍ଟେଟସ”ର ଚାଟ ସୋ ରେ କହିଛନ୍ତି ଯେ ” ମୁଁ ରେସଲିଙ୍ଗକୁ ବହୁତ ମିସ କରିବି କାରଣ ମୁଁ ରେସଲିଙ୍ଗକୁ ବହୁତ ଭଲପାଏ । ମୁଁ ଏଥିପାଇଁ ଚୁପଚାପ ବିଦାୟ ନେଉଛି କାରଣ ମୋତେ ଏକ ବହୁତ ଭଲ କ୍ୟାରିୟର ମିଳିଛି ଏବଂ ମୁଁ ଯାହା କରିବାକୁ ଚାଁହୁଥିଲି ସେହିସବୁ ମୁଁ କରିସାରିଛି “।

ଏହାସହ ପଢନ୍ତୁ କାଶ୍ମୀରରେ ଏଭଳି ପରିସ୍ଥିତି ସତ୍ୱେ, ନିଜ ବାଟାଲିୟନ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଧୋନୀ

ଚଳିତ ବର୍ଷର ସବୁଠାରୁ ଦାମୀ ଆକ୍ଟର

‘ଦ ରକ’ ଙ୍କର ସବୁଠାରୁ ସ୍ମରଣୀୟ ଫାଇଟ WrestleMania 29 ଜନ ସେନାଙ୍କ ସହିତ ଥିଲା କିନ୍ତୁ WrestleMania 32ର
ଶେଷ ଫାଇଟରେ ସେ ଏରିକ ରୋଵନଙ୍କ ଠାରୁ ମାତ୍ର 6 ସେକେଣ୍ଡରେ ହାରି ଯାଇଥିଲେ । ‘ଦ ରକ’ ବର୍ତ୍ତମାନ ହଲିଉଡ଼ ଫିଲ୍ମରେ ସକ୍ରିୟ ଅଛନ୍ତି । ପୂର୍ବ ସପ୍ତାହରେ ତାଙ୍କର ନୂଆ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ ପ୍ରେଜେଣ୍ଟସ: ହବିଜ ଆଣ୍ଡ ସ’ ରିଲିଜ ହୋଇଥିଲା । ଏଥିରେ ତାଙ୍କ ସହିତ ବୃସ ବିଲିସ ମଧ୍ୟ ଥିଲେ । ‘ଦ ରକ’ ୨୦୧୯ର ସବୁଠାରୁ ଦାମୀ ଆକ୍ଟର ଥିଲେ , ସେ ଚଳିତ ବର୍ଷ ୧୨୪ ମିଲିୟନ ଡଲାର ରୋଜଗାର କରିଥିଲେ ।

ପିତା ମଧ୍ୟ ଥିଲେ WWE ରେସଲର

ଡ୍ୱେନ ଜନସନଙ୍କ ପିତା ରକି ଜନସନ ମଧ୍ୟ WWEରେ ଖେଳୁଥିଲେ ଏବଂ ସେ ହଲ ଅଫ ଫେମରେ ମଧ୍ୟ ସ୍ଥାନ ପାଇଥିଲେ । ଜନସନ ରେସଲିଙ୍ଗ ରିଂ ରେ ପାଦ ରଖିବାର କିଛିମାସ ମଧ୍ୟରେ ନିଜର ପ୍ରଥମ ଟାଇଟିଲ ଜିତି ନେଇଥିଲେ ଏବଂ ଏହା ପରଠାରୁ ସେ କେବେବି ପଛକୁ ଫେରି ଚାହିଁ ନାହାନ୍ତି ।

ଏହି ସବୁ ଫିଲ୍ମରେ କରିଛନ୍ତି କାମ

‘ଦ ରକ’ ବର୍ତ୍ତମାନ ପର୍ଯ୍ୟନ୍ତ ଦ ଗମ୍ବଲର,ଦ ଫେଟ ଅଫ ଦ ଫ୍ୟୁରିୟସ, ସ୍କାଏ ସ୍କାର୍ପର, ହରକୁଲେସ, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ,ୱାକିଙ୍ଗ ଟଲ, ଫ୍ୟୁରିୟସ 7, ଗେମ ପ୍ଲାନ, ଜର୍ଣ୍ଣି 2, ଦ ରନଡାଉନ ସହିତ ଫାଷ୍ଟର, ମମି ରିଟର୍ନସ ଓ ଫାଷ୍ଟ ଫାଇଭ ଭଳି ଅନେକ ଗୁଡିଏ ନାମିଦାମୀ ଫିଲ୍ମରେ କାମ କରି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.