Below header

ୱାଇଫାଇ ପାସୱାର୍ଡ ପାଇଁ ହୋଇଥିଲା ଝଗଡ଼ା: ସାନ ଭାଇ କରିଥିଲା ଭଉଣୀକୁ ହତ୍ୟା

ବଡ଼ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଜଣେ ୧୮ ବର୍ଷୀୟ ନାବାଳକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଗଣମାଧ୍ୟମର ସୂଚନା ମୁତାବକ, ପାଖାପାଖି ୨ ବର୍ଷ ପୂର୍ବରୁ ୱାଇଫାଇ ପାସୱାର୍ଡକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସାନ ଭାଇ ଉତକ୍ଷିପ୍ତ ହୋଇ ବଡ଼ ଭଉଣୀକୁ ହତ୍ୟା କରିଦେଇଥିଲା। ଆମେରିକାର ଜର୍ଜିଆରେ ରହୁଥିବା କେବନ୍ ୱାଟାକିନ୍ସ ୨୦ ବର୍ଷୀୟା ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲେ। ନିମ୍ନ ଅଦାଲତରେ ମାମଲାର ଶୁଣାଣି ପରେ କେବନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଏହାସହ ପଢ଼ନ୍ତୁ: ବାହାଘରର ଦ୍ବିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇଲା ବୋହୂ, ଆଉ ତା’ପରେ…

wi

ଇଣ୍ଟରନେଟ୍ ସ୍ପୀଡ୍ ଧିମା ହେବା କାରଣରୁ କେବନ୍ ଘରର ୱାଇଫାଇ ପାସୱାର୍ଡ ବଦଳାଇ ଦେଇଥିଲେ। ଯେମିତି କି ସେ ହିଁ କେବଳ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଏହାପରେ ମା’ଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏହି ସମୟରେ ବଡ଼ ଭଉଣୀ ମଝିରେ ଆସି ସାନ ଭାଇକୁ ବୁଝାଇବାରୁ ଭାଇ, ଭଉଣୀ ମଧ୍ୟରେ ପ୍ରବଳ ମାତ୍ରାରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କେବନ୍ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେ ସମୟରେ ଉଭଣୀର ନିର୍ବନ୍ଧ ସରିଥିଲା। ଏପରି କି, ତାଙ୍କର ପୂର୍ବରୁ ମଧ୍ୟ ଏକ ପୁଅ ଥିଲା। କେବନଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.