ଆଜି ଆଇପିଏଲରେ ଦୁଇଟି ମ୍ୟାଚ: ଦ୍ୱିପ୍ରହରରେ ମୁହାମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ ସିଜିନ ୧୩ର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ୩.୩୦ ଏବଂ ଦ୍ୱିତୀୟ ମ୍ୟାଚ ୭.୩୦ରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସିଜନରେ ପ୍ରଥମ ଥର ବିରାଟ କୋହଲି ଓ ଷ୍ଟିଭେନ୍ ସ୍ମିଥ୍ ସାମ୍ନାସାମ୍ନି ହେବେ। ସେହିପରି ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ।

ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରଥମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୧୦ରନରେ ହରାଇବା ପରେ ଦ୍ୱିତୀୟ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନିକଟରୁ ୯୭ରନରେ ପରାଜିତ ହୋଇଥିଲା । ଏହାପରେ ତୃତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପର ଓଭରରେ ହରାଇଥିଲା । ତେଣୁ ଦଳ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ ।

ipl

ରୟାଲ ଚ୍ୟାଲେଞ୍ଜର୍ସ: ଦେବଦତ୍ତ ପାଡିକଲ, ଆରୋନ୍ ଫିଞ୍ଚ, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରତ ସିଂହ/ପାର୍ଥିବ ପଟେଲ, ଶିବମ ଦୁବେ, ଇସୁରୁ ଉଦାନା/କ୍ରିସ୍ ମରିସ୍, ୱାସିଂଟନ୍ ସୁନ୍ଦର, ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ, ଆଡାମା ଜାମ୍ପା ।

ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ/ମନନ ଭୋରା, ରାହୁଲ ତେୱାତିଆ, ଶ୍ରେୟାସ ଗୋପାଲ, ଟମ୍ କୁରାନ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, ଅଙ୍କିତ୍ ରାଜପୁତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.