ଟୋକିଓ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ

ଟୋକିଓ ଅଲିମ୍ପିକସ୍‌ରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ। କ୍ୱାର୍ଟର ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିଲା ମୁକାବିଲା। ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି।

ପୁରୁଷ ହକି ଦଳ ବ୍ରିଟେନକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ମହିଳା ଦଳ ମଧ୍ୟ କମାଲ୍ କରିଛି । ଭାରତ ପକ୍ଷରୁ ଗୋଲ ଦେଇଛନ୍ତି ଗୁରଜିତ କୌର।

 

ମହିଳା ହକି ଟିମ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଶୁଭେଚ୍ଛା ଜଣାଇଛନ୍ତି ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ଵିଟ କରି କହିଛନ୍ତି , ଅଲିମ୍ପିକ୍ସ ହକି କ୍ୱାର୍ଟର ଫାଇନାଲରେ ବିଜୟ ପାଇଁ ଭାରତୀୟ ମହିଳା ଟିମ୍‌କୁ ଶୁଭେଚ୍ଛା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.