Below header

ପାକିସ୍ତାନ କ୍ରିକେଟର ଉମର ଅକମଲଙ୍କ ଟୁଇଟ୍‌ ଭାଇରାଲ, ଖରାପ ଇଂଲିଶକୁ ନେଇ ମଜା ଉଡ଼ାଇଲେ ୟୁଜର

ପାକିସ୍ତାନ ପାଇଁ ୧୨୧ ଓ୍ଵାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଖେଳି ସାରିଥିବା କ୍ରିକେଟର ଉମର ଅକମଲ ଏବେ ସୋସିଆଲ ମିଡିଆରେ ହାସ୍ୟର ପାତ୍ର ହୋଇଛନ୍ତି। ଯେବେଠାରୁ ତାଙ୍କ ନାଁରେ ଏକ ଇଂଲିଶ ଟୁଇଟ୍‌ ଭାଇରାଲ ହେଉଛି, ସେବେଠାରୁ ସମସ୍ତେ ତାଙ୍କର ମଜା ଉଡ଼ାଇବାରେ ଲାଗିଛନ୍ତି। ପ୍ରକୃତ କଥା ହେଲା, ବୁଧବାର ଏହି ପାକ୍‌ କ୍ରିକେଟର ଟୁଇଟରରେ ଅବଦୁଲ୍‌ ରଜ୍ଜାକ୍‌ଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଏଥିରେ ଦେଇଥିବା ଏକ କ୍ୟାପସନ୍‌(Mother from another brother)କୁ ନେଇ ସେ ଟ୍ରୋଲର ଶିକାର ହୋଇଥିଲେ।

t2

ଉମର ଇଂଲିଶରେ ଫଟୋ କ୍ୟାପସନ୍‌ ଯାହା ଦେଇଥିଲେ ତାହାର ଅର୍ଥ ହେଲା, ‘ଅନ୍ୟ ଭାଇରୁ ମା’। ଏହାପରେ ସେ ଟ୍ରୋଲରଙ୍କ ନଜରକୁ ଆସିଯାଇଥିଲେ। ଏତିକି ନୁହେଁ, #UmarAkmalQuotes ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଥିଲା ଏବଂ ଲୋକେ ତାଙ୍କ ଫଟୋକୁ ପୋଷ୍ଟ କରି ଟୁଇଟ୍‌ କରିବାକୁ ଲାଗିଥିଲେ।

t22

ଯଦିଓ ଉମରଙ୍କ ଟୁଇଟର ଆକାଉଣ୍ଟରୁ ଏମିତି କୌଣସି ଟୁଇଟ ଦେଖିବାକୁ ମିଳି ନ ଥିଲା, କିନ୍ତୁ କୁହାଯାଉଛି ଯେ ପୋଷ୍ଟ ଭାଇରାଲ ହେବାର ମାତ୍ର କିଛି ମିନିଟ୍‌ ଭିତରେ ସେ ତାହାକୁ ଡିଲେଟ୍‌ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.