କମ୍ ସ୍ଥାନରେ ଚତୁରତାର ସହ ଗାଡ଼ି ପାର୍କିଂ କଲେ ସର୍ଦ୍ଦାରଜୀ, ଆନନ୍ଦ ମହିନ୍ଦ୍ରା ଦେଖି ଆଶ୍ଚର୍ଯ୍ୟ ହୋଇ କଲେ ପ୍ରଶଂସା; ଦେଖନ୍ତୁ ଭିଡିଓ
ଭାରତର ଟପ୍ମୋଷ୍ଟ ବିଜ୍ନେସ୍ମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ଵିଟରରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ତାଙ୍କର ସବୁ ପୋଷ୍ଟକୁ ଲୋକମାନେ ଖୁବ୍ ପସନ୍ଦ କରିବା ସହ ସେୟାର ବି କରିଥାନ୍ତି। ସେ ଟ୍ଵିଟରରେ ସବୁବେଳେ କିଛି ନା କିଛି ମଜାଳିଆ ଭିଡିଓ ସେୟାର କରିଥାନ୍ତି। ଏଥରକ ମଧ୍ୟ ଆନନ୍ଦ୍ର ମହିନ୍ଦ୍ରା ଏକ ସେହିଭଳି ମଜାଳିଆ ଭିଡିଓ ସେୟାର କରିଛନ୍ତି, ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡିଓରେ ଜଣେ ପଞ୍ଜାବୀ ସର୍ଦ୍ଦାର ନିଆରା ଢଙ୍ଗରେ କାର ପାର୍କିଂ କରୁଥିବା ଦେଖିବାକୁ ମିଳିଛି, ଯାହା ଆନନ୍ଦ ମହିନ୍ଦ୍ରାକୁ ଖୁବ୍ ପସନ୍ଦ ଆସିଥିବା ସେ କହିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଛୋଟ ଘରେ କାର ପ୍ରବେଶ କରୁଛି। ସେଠାରେ ପାର୍କିଂ ସ୍ଥାନ କଡ଼ରେ ରହିଛି ଯେଉଁଠାକୁ କାର ଯାଇପାରୁନାହିଁ। ଏଣୁ ଏକ ଲୁହାର ଚକଲଗା ଟ୍ରାକକୁ ଆଉ ଜଣେ ସର୍ଦ୍ଦାର ବାହାରକୁ ଟାଣି ଆଣୁଛନ୍ତି। ଏବେ ସେହି ଟ୍ରାକ୍ ଉପରକୁ କାରକୁ ଚଢ଼ାଯାଉଛି, ପରେ ଡ୍ରାଇଭିଂ କରୁଥିବା ସର୍ଦ୍ଦାର ବାହାରକୁ ଓହ୍ଲାଇ ଆସୁଛନ୍ତି ଓ ଉଭୟେ ମିଶି କାରକୁ ଠେଲି ଠେଲି ପାର୍କିଂ କରୁଛନ୍ତି।
ଦେଖନ୍ତୁ ଭିଡିଓ:
Now that IS pretty clever. What to do when you have less room for manoeuvre… Finding clever ways to deal with constraints is an Indian talent! https://t.co/oUI6szXFyK
— anand mahindra (@anandmahindra) February 18, 2020
ଏହି ଭିଡିଓକୁ ରୋହିତ ଅଗ୍ରଓ୍ଵାଲ ନାମକ ଜଣେ ୟୁଜର ଟ୍ଵିଟରରେ ସେୟାର କରିଥିଲେ। ପରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏହା ଏତେ ପସନ୍ଦ ଆସିଗଲା ଯେ ସେ ନିଜ ଟ୍ଵିଟରରେ ମଧ୍ୟ ଏହାକୁ ସେୟାର କରିଛନ୍ତି। ଭିଡିଓକୁ ସେୟାର କରି ଆନନ୍ଦ୍ର ଲେଖିଛନ୍ତି ‘ଏହା ଏକ ଚାଲାକି କାମ। ଜାଗା କମ୍ ଥିଲେ କ’ଣ ହେଲା, ସମସ୍ୟାକୁ ସମାଧାନ କରିବାକୁ ଏକ ଚତୁର ଯୋଜନା କରିବା ଏକ ଭାରତୀୟ ପ୍ରତିଭା’।
We have a word for it which describe it exactly – Jugaad
— Vinod Dubey (@vinodism) February 18, 2020
ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ ୪୨ ହଜାରୁ ବି ଅଧିକ ଥର ଦେଖାସରିଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଲାଇକ ମିଳିଛି। କିଛି ଲୋକ ଏହି ଭିଡିଓକୁ ଜୁଗାଡ଼ ବୋଲି କହି ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।
Necessity is the mother of innovations 😉👌🏻👌🏻
— Traffic Sahayak (@TrafficSahayak) February 18, 2020
Love it.. hats off to the creative brain
— Abhimanyu Kaul (@akgasi) February 18, 2020
We are born जुगाड़ु 👌👌☺️☺️
— Rohit Kumar (@therohitone) February 18, 2020
This is superb
— CA Somnath Swami (@somnathswami) February 18, 2020