Below header

ବେନ ଷ୍ଟୋକ୍ସ ଏଭଳି ଜଣେ ଖେଳାଳି, ଯାହାଙ୍କୁ ଟକ୍କର ଦେବାକୁ ବେଶୀ ମଜାଦାର ଲାଗିଥାଏ : ବିରାଟ କୋହଲି

ଟିମ୍‌ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ ଫର୍ମାଟକୁ ଅଲବିଦା କହିଛନ୍ତି । ଷ୍ଟୋକ୍ସଙ୍କ ଏପରି ନିଷ୍ପତ୍ତିରେ ଫ୍ୟାନ୍ସ ନିରାଶ ହୋଇଛନ୍ତି। ମାତ୍ର ୩୧ ବର୍ଷରେ ଭଲ ଫର୍ମରେ ଥିବା ସତ୍ତ୍ୱେ ଷ୍ଟୋକ୍ସଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ତେବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଷ୍ଟୋକ୍ସଙ୍କ ଅବସର ନେଇ ଏକ ମେସେଜ କରିଛନ୍ତି। ଯାହା ନେଟିଜେନଙ୍କୁ ପସନ୍ଦ ଆସିଛି।

ବିରାଟ ଷ୍ଟୋକ୍ସଙ୍କ ଅବସର ପୋଷ୍ଟରେ ଲେଖିଛନ୍ତି, ଷ୍ଟୋକ୍ସ ହେଉଛନ୍ତି ସବୁଠୁ ବଡ ଖେଳାଳି ଯାହାଙ୍କ ସହ ଅଧିକ ପ୍ରତିଯୋଗିତା ହୋଇଥାଏ । ସେ ଖେଳିଥିବା ଅନେକ ଖେଳାଳିଙ୍କ ମଧ୍ୟରେ ଷ୍ଟୋକ୍ସ ହିଁ ସବୁଠୁ ବେଶି ମନେ ପକାଇବେ । ଏପରି ଖେଳାଳିଙ୍କୁ ସମ୍ମାନ କରିବା ଜରୁରୀ।ଷ୍ଟୋକ୍ସ ଦୁନିଆର ସବୁଠାରୁ ଭଲ ଅଲରାଉଣ୍ଡରର୍ସ ମଧ୍ୟରେ ଅନ୍ୟତମ। ତାଙ୍କ ବୋଲି ଏବଂ ବ୍ୟାଟିଂ ମଧ୍ୟ ଜବରଦସ୍ତ।

 

View this post on Instagram

 

A post shared by Ben Stokes (@stokesy)

ସୋମବାର ଷ୍ଟୋକ୍ସ ଅବସର ନେଇ ଘୋଷଣା କରିଥିଲେ । ଷ୍ଟୋକ୍ସ କହିଥିଲେ ଯେ, ମଙ୍ଗଳବାର ଜୁଲାଇ ୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ପ୍ରଥମ ଦିନିକିଆ ତାଙ୍କର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଏହି ମୁକାବିଲା ଡରହମରେ ଖେଳାଯିବ। ଏଥିସହ ନିଜ ଘରୋଇ ଗ୍ରାଉଣ୍ଡରେ ଦିନିକିଆକୁ ଅଲବିଦା କହିବେ।

ସୂଚନାଯୋଗ୍ୟ, ଷ୍ଟୋକ୍ସ ଦିନିକିଆରୁ ଅବସର ନେଲେ ବି ଟି୨୦ ଓ ଟେଷ୍ଟ୍ ଖେଳିବା ଜାରି ରଖିବେ । ନିକଟରେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ମିଳିଥିଲା । ତାଙ୍କ ନେତୃତ୍ୱରେ ଦଳ ଦକ୍ଷିଣ ଆଫ୍ରିକାକୁ ୩- ୦ ରେ ପରାସ୍ତ କରିଥିଲା ।
୨୦୨୧ରେ ବେନ ଷ୍ଟୋକ୍ସ ଆୟରଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ଇଂଲଣ୍ଡରେ ୧୦୪ଟି ମ୍ୟାଚ ଖେଳି ୩୯.୪୪ ପ୍ରତିଶତରେ ୨୯୧୯ ରନ୍‌ କରିଛନ୍ତି। ଯେଉଁଥିରେ ୩ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହଛଡା ୭୪ଟି ଓ୍ଵିକେଟ ମଧ୍ୟ ନେଇଛନ୍ତି ଷ୍ଟୋକ୍ସ। ପାକିସ୍ତାନ ବିପକ୍ଷରେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ ଷ୍ଟୋକ୍ସ।

ବେନ୍‌ ଷ୍ଟୋକ୍ସ ଏକ ବୟାନ ଜାରି କରି କହିଥିଲେ, ‘ମୁଁ ମଙ୍ଗଳବାର ଇଂଲଣ୍ଡ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବି। ମୁଁ ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଏହା ମୋ ପାଇଁ ବହୁତ କଷ୍ଟକର ନିଷ୍ପତ୍ତି ରହିଛି। ଇଂଲଣ୍ଡ ପାଇଁ ମ୍ୟାଚ୍‌ ଖେଳି ମୁଁ ପ୍ରତ୍ୟେକ ମିନିଟ୍‌କୁ ଏନ୍‌ଜୟ କରିଛି। ଆମ ଯାତ୍ରା ବହୁତ ବଢ଼ିଆ ରହି ଆସିଛି’।

ସେ ଆହୁରି କହିଛନ୍ତି, ‘ଏ ଯାଏ ପହଞ୍ଚିବାର ନିଷ୍ପତ୍ତି ବହୁତ ମୁସ୍କିଲ ଥିଲା। କିନ୍ତୁ ମୁଁ ଏହି ଫର୍ମାଟରେ ନିଜର ୧୦୦ ପ୍ରତିଶତ ଦେଇପାରି ନାହିଁ। ଇଂଲଣ୍ଡର ଜର୍ସି ଏହାଠାରୁ ଭଲ ଡିଜର୍ଭ କରୁଛି। ଏହି ଫର୍ମାଟ ମୋ ପାଇଁ ନ ଥିଲା। ମୋ ଶରୀର ମଧ୍ୟ ସେହିଭଳି ଭାବେ ମୋ ସାଥ୍‌ ଦେଉନାହିଁ। ମୋତେ ଲାଗୁଛି, ମୁଁ ଆଉ କେଉଁ ଖେଳାଳିଙ୍କ ଜାଗା ନେଉଛି। ଏହା ଆଗକୁ ବଢ଼ିବାର ସମୟ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.