ବିରାଟ କୋହଲି ଲଗାତାର ଚତୁର୍ଥ ବର୍ଷ ପାଇଁ ହେଲେ ସବୁଠାରୁ ଧନୀ ଭାରତୀୟ ସେଲିବ୍ରିଟି, ଜାଣନ୍ତୁ କିଏ ଅଛନ୍ତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ

ଭାରତୀୟ ଟିମ୍‌ କ୍ୟାପଟେନ୍‌ ବିରାଟ କୋହଲି ୨୩.୭୭ କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହିତ ଲଗାତାର ଚତୁର୍ଥ ବର୍ଷ ପାଇଁ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରିଟି ହୋଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ହିନ୍ଦୀ ଫିଲ୍ମ ଅଭିନେତା ଅକ୍ଷୟ କୁମାର ଓ ରଣବୀର ସିଂଙ୍କ ନାଁ ରହିଛି।

ବ୍ରାଣ୍ଡ ମୂଲ୍ୟାଙ୍କନ ଉପରେ ଗୁରୁତ୍ୱ ରଖୁଥିବା କମ୍ପାନୀ ‘ଡଫ୍‌ ଆଣ୍ଡ ଫେଲପ୍ସ’ ଗୁରୁବାର ଏକ ବୟାନରେ କହିଛି, ୨୦୨୦ ପାଇଁ ଶ୍ରେଷ୍ଠ ୧୦ ସର୍ବାଧିକ ମୂଲ୍ୟବାନ ସେଲିବ୍ରିଟି ତାଲିକାରେ କେବଳ କୋହଲି ଫିଲ୍ମ ଦୁନିଆ ବାହାରର ଏବଂ ଏଥିରେ କେବଳ ଦୁଇଜଣ ମହିଳା ଅଛନ୍ତି।

କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ବିରାଟ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ୨୩.୭୭ କୋଟି ଡଲାରରେ ସ୍ଥିର ରହିଛି। ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ୧୩.୮ ପ୍ରତିଶତ ବଢ଼ି ୧୧.୮୯ କୋଟି ଆମେରିକୀୟ ଡଲାର ହୋଇଛି। ସେହିପରି ରଣବୀର ସିଂ ୧୦.୨୯ କୋଟି ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଏହି ତାଲିକାରେ ୫.୧୧ କୋଟି ଡଲାର ମୂଲ୍ୟାଙ୍କନ ସହିତ ଚତୁର୍ଥ ସ୍ଥାନରେ ଶାହରୁଖ ଖାନ ଅଛନ୍ତି। ସେହିପରି ଦୀପିକା ପାଦୁକୋନ ୫.୦୪ କୋଟି ଡଲାର ସହିତ ପଞ୍ଚମ ସ୍ଥାନ ଏବଂ ଆଲିଆ ଭଟ୍ଟ ଷଷ୍ଠ ସ୍ଥାନରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.