ଦ୍ୱିତୀୟ ଟି-୨୦ ହାରିଲା ଭାରତ, ବ୍ୟାଟରଙ୍କୁ ଦୋଷ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତକୁ ୨ ଓ୍ଵିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍ । ଭାରତ ଦେଇଥିବା ୧୫୨ ରନର ଟାର୍ଗେଟକୁ ଆଉ ୮ଟି ବଲ ଥାଇ ପୂରଣ କଲା ୱେଷ୍ଟଇଣ୍ଡିଜ୍ । ଫଳରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ସହଜରେ ଜିତିନେଇଛି ଘରୋଇ ୱେଷ୍ଟଇଣ୍ଡିଜ୍ । ଏହାସହିତ ସିରିଜରେ ୨-୦ରେ ଆଗୁଆ ରହିଛି ।

ଦ୍ବିତୀୟ ଟି-୨୦ ମ୍ୟାଚ୍‌ ହାରିଲା ଭାରତ । ଭାରତକୁ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୨ ୱିକେଟ୍ରେ ପରାସ୍ତ କରିଛି। ଭାରତ ମାତ୍ର ୧୫୨ ରନ୍ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍‌ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ନିକୋଲସ ପୂରନ ୬୭ ରନ୍‌ ଖେଳିଥିଲେ ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତ ୨୦ ଓଭରରେ ୧୫୨ ରନ୍ କରିପାରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅକିଲ ହୁସେନ୍, ଅଲଜାରି ଯୋସେଫ୍, ରୋମାରିଓ ସେଫର୍ଡ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଭାରତ ଦେଇଥିବା ୧୫୨ ରନକୁ ପିଛା କରି ୱେଷ୍ଟଇଣ୍ଡିଜର ୨ଟି ଓ୍ଵିକେଟ ପ୍ରଥମ ଓଭରରେ ହିଁ ପଡିଥିଲା । ଦୁଇ ଅଭିଜ୍ଞ ବ୍ୟାଟର୍ ନିକୋଲାସ୍ ପୂରନ ଓ ରୋଭମାନ ପାୱେଲ୍ ୫୭ ରନ୍ ଭାଗୀଦାରି ୱେଷ୍ଟଇଣ୍ଡିଜର ସ୍ଥିତକୁ ପୁଣି ଦୃଢ କରିଥିଲା ।

ପୂରନଙ୍କୁ ମୁକେଶ କୁମାର ଏବଂ ପାୱେଲଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିଥିଲେ । ପୂରନ ୪୦ ବଲରୁ ୬୭ ରନ୍ କରି ମ୍ୟାଚ ଓଲଟ ପାଲଟ କରିଦେଇଥିଲେ । ଭାରତ ପକ୍ଷରୁ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଥିଲେ । ତା’ ପରେ ଚହଲ ଗୋଟିଏ ଓଭରରେ ୩ଟି ଓ୍ଵିକେଟ ନେଇ ଭାରତକୁ ବିଜୟ ପାଇଁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ସଫଳ ବୋଲିଂ ସତ୍ତ୍ୱେ ଅକିଲ୍ ହୋସେନ୍-ଅଲଜାରି ହୋସେନ୍ ୨.୫ ଓଭରରୁ ୨୬ ରନ୍ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। ଆଉ ୮ଟି ବଲ୍‌ ଥାଇ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ଜିତିନେଇଥିଲା ।

ତେବେ ମ୍ୟାଚ ହାରିବା ପରେ ହାର୍ଦ୍ଦିକ ବ୍ୟାଟରଙ୍କୁ ଦୋଷ ଦେଇଥିଲେ । ବ୍ୟାଟର ଭଲ ବ୍ୟାଟିଂ କରୁନଥିବାରୁ ଆମେ କମ୍‌ ଟାର୍ଗେଟ ଦେଇଥିଲୁ । ତେଣୁ ସେମାନେ ଅଧିକ ଦାୟିତ୍ୱବାନ ହେବା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.