Below header

ଦ୍ୱିତୀୟ ଟି-୨୦ : ଭାରତକୁ ହରାଇ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଲା ୱେଷ୍ଟଇଣ୍ଡିଜ୍

ତିରୁବନନ୍ତ ପୁରମ୍‌ : ଏଠାରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ େଓ୍ଵଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଛି । ଫଳରେ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବର୍ତ୍ତମାନ ସମାନ ୧-୧ ସ୍ଥିତିକୁ ଚାଲି ଆସିଛି । ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଆସନ୍ତା ୧୧ ତାରିଖ ଦିନ ମୁମ୍ବାଇରେ ଖେଳାଯିବ । ସେଇଠି ନିର୍ଣ୍ଣୟ ହେବ କିଏ ଜିତିବ ସିରିଜ୍‌ ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଏହି ସ୍ଲୋ ପିଚ୍‌ରେ ୭ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା । ଜବାବରେ ଇଣ୍ଡିଜ୍‌ ଦଳ ୧୮.୩ ଓଭରରେ ୨ ଓ୍ୱିକେଟ ହରାଇ ୧୭୩ ରନ୍‌ କରି ବିଜୟୀ ହୋଇଛି । ଆରମ୍ଭରୁ ଇଣ୍ଡିଜ୍‌ର ଦୁଇ ଓପ୍ନର୍‌ ଖୁବ୍‌ ସତର୍କତାର ସହ ଖେଳିଥିଲେ । ଯାହାଫଳରେ ଭଲ ମୂଳଦୁଆ ପଡ଼ିଥିଲା । ଓପନର ଲୁଇସ  ୪୦ ଶ୍ରୀମନ୍ତ ଅପରାଜିତ ୬୭ ଏବଂ ପୁରନ ଅପରାଜିତ ୩୮ ରନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.