ସଚିନ କେବେବି ଭୁଲନ୍ତି ନାହିଁ ନଭେମ୍ବର ୧୫କୁ, କାହିଁକି ଜାଣନ୍ତୁ

ଆଜି ନଭେମ୍ବର ୧୫ ତାରିଖ । ଠିକ୍ ୨୯ ବର୍ଷ ତଳେ ୧୯୮୯ ମସିହାରେ ପାକିସ୍ତାନର କରାଚିରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ସେ । ତା ପରଠାରୁ ଆଉ ରୋକି ହୋଇ ନଥିଲା ତାଙ୍କୁ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜତୀୟ କ୍ରିକେଟ୍ ଜୀବନ ଆରମ୍ଭ କରି ବନି ଯାଇଛନ୍ତି କିମ୍ବଦନ୍ତୀ ଖେଳାଳି । ଦୀର୍ଘ ୨୪ ବର୍ଷ ଖେଳିଲେ । ଆସନ୍ତୁ ଜାଣିବା ଏହି କ୍ରିକେଟର ଯୁଗପୁରୁଷ ସଚିନ ତେନ୍ଦୁଲକରଙ୍କ ବିଷୟରେ କିଛି ଅଜଣା କଥା ।

2

୧-ଡେବ୍ୟୁ ଟେଷ୍ଟରେ ସଚିନ୍ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କୁ ଆଉଟ୍ କରିଥିଲେ ପାକିସ୍ତାନର ପେସ୍ ବୋଲର୍ ଓକାର ୟୁନୁସ୍ । ୟୁନୁସ୍ ୧୭ ବର୍ଷ ବୟସରେ ଏହି ମ୍ୟାଚରେ ଡେବ୍ୟୁ କରିଥିଲେ ।

୨-ଏହାକୁ ସଂଯୋଗ କୁହାଯାଇ ପାରେ ଯେ ଠିକ୍ ନଭେମ୍ବର ୧୫ରେ ୨୦୧୩ରେ ସଚିନ୍ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ସହ ଖେଳା ଯାଇଥିଲା ମୁମ୍ବାଇରେ । ଏଥିରେ ସଚିନ୍ ୭୪ ରନ୍ ସ୍କୋର କରି ନରସିଂହ ଦେଓନାରିନଙ୍କ ବଲରେ ଆଉଟ୍ ହୋଇଥିଲେ । ଅବଶ୍ୟ ମ୍ୟାଚରେ ଭାରତ ଇନିଂସ୍ ଓ ୧୨୬ ରନରେ ବିଜୟୀ ହୋଇଥିଲା।

୩-ସେ ଥିଲେ ପ୍ରଥମ ଖେଳାଳି ଯିଏକି କ୍ରିକେଟ୍ ଖେଳୁଥିବା ବେଳେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

୪-୧୪ ବର୍ଷ ବୟସରେ ସଚିନ୍ ୧୯୮୭ ବିଶ୍ବ କପ୍ ଭାରତ-ଜିମ୍ବାୱେ ମ୍ୟାଚ୍ ବେଳେ ମୁମ୍ବାଇର ୱଙ୍ଖଡ଼େ ଷ୍ଟାଡିୟମରେ ବଲ୍ ବଏ ଭାବେ କାମ କରିଥିଲେ ।

୫-୧୯୮୮ରେ ସେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ଦିନିକିଆ ଅଭ୍ୟାସ ମ୍ୟାଚରେ ଜଣେ ବଦଳ ବା ଅତିରିକ୍ତ ଖେଳାଳି ଭାବେ ଦଳରେ ଥିଲେ ।

sachin_sehwag_gavaskar

୬-ଜୁନିୟର ଖେଳାଳି ଥିବା ବେଳେ କ୍ରିକେଟ୍ ପ୍ରତି ତାଙ୍କର ଏତେ ମୋହ ଥିଲା ଯେ ସେବ୍ୟାଟ୍, ଗ୍ଲୋଭ୍ସ ଓ ପ୍ୟାଡ୍ ଆଦି ପାଖରେ ରଖି ରାତିରେ ଶୋଉଥିଲେ ।

୭-ବିଭିନ୍ନ ପ୍ରକାର ପରଫ୍ୟୁମ୍ ଓ ହାତଘଣ୍ଟା ପ୍ରତି ତାଙ୍କର ଖୁବ୍ ଦୁର୍ବଳତା ରହିଛି ।

୮-ତେନ୍ଦୁଲକରଙ୍କ ପ୍ରଥମ କାର୍ ଥିଲା ମାରୁତି-୮୦୦ । ତେବେ ୧୯୯୫ ଅକଟୋବରରେ ସେ ୱାର୍ଲଡ୍ ଯେଲ୍ ସହିତ ଚୁକ୍ତି କରି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଖେଳାଳି ବନି ଯାଇଥିଲେ ।

୯-୧୯୯୫ ମସିହାରେ ସୁପରହିଟ୍ ଫିଲ୍ମ ‘ରୋଜା’ ଦେଖିବା ପାଇଁ ସିନେମା ହଲକୁ ଯାଇଥିଲେ ସଚିନ୍ । ତାଙ୍କୁ କାଳେ କେହି ଚିହ୍ନି ପକାଇବ ସେଥିଲାଗି ସେ ମୁହଁରେ ଏକ ନକଲି ଦାଢ଼ି ଲଗାଇ କଳା ଚଷମା ପିନ୍ଧିଥିଲେ । ତେବେ ଦୁର୍ଭାଗ୍ୟକୁ ସିନେମା ହଲରେ ତାଙ୍କ ଚଷମା ସହ ଦାଢ଼ି ଖସିଗଲା ଓ ଲୋକେ ତାଙ୍କୁ ଚିହ୍ନି ନେଲେ ।

school

୧୦-ସଚିନ୍ ବଡ଼ାପାଓ ଖାଇବାକୁ ଭଲ ପାଆନ୍ତି ।

୧୧-ତାଙ୍କର ପ୍ରଥମ ଟେଷ୍ଟରେ ସଚିନ୍ ଯେଉଁ ପ୍ୟାଡ୍ ପିନ୍ଧି ବ୍ୟାଟିଂ କରିଥିଲେ ତାକୁ ଉପହାର ଦେଇଥିଲେ ସୁନୀଲ ଗାଭାସ୍କର ।

food

୧୨- ଟେଷ୍ଟ କ୍ରିକେଟ୍ ଇତିହାସର ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ୧୧ ହଜାର ରନ୍ କରିବା ସହ ୪୦ଟି ୱିକେଟ୍ ମଧ୍ୟ ନେଇଛନ୍ତି ।

family

ଟେଷ୍ଟ କ୍ରିକେଟରେ ନିଜର ପଦାର୍ପଣ ଦିନଟିକୁ କେବେବି ଭୁଲି ନାହାନ୍ତି ସଚିନ୍ । ଏବେ ତାଙ୍କୁ ୪୫ ବର୍ଷ ବୟସ । ଆଜି ବି ଏହି ଦିନଟିକୁ ମନେ ପକାଇ ଟ୍ବିଟ୍ କରିଛନ୍ତି ଏଇ କ୍ରିକେଟ୍ ମହାନାୟକ । 


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.