Below header

ଚେସ୍‌ ଖେଳକୁ ଫେରିବାକୁ ଚାହୁଁଛନ୍ତି ଚହଲ, ଏଫଆଇଡିଇକୁ କଲେ ଏମିତି ପ୍ରଶ୍ନ

ଲକଡାଉନ ଯୋଗୁଁ ସବୁ ଖେଳ ଜଗତ ବନ୍ଦ ରହିଛି। ଏମିତିରେ ଟିମ୍‌ ଇଣ୍ଡିଆର ସ୍ପିନର ୟଜୁବେନ୍ଦ୍ର ଚହଲ ପୁଣି ଥରେ ଚେସ୍‌ ଖେଳକୁ ଫେରିବାକୁ ଚାହୁଛନ୍ତି। ନିକଟରେ ଇଣ୍ଟରନ୍ୟାସନାଲ ଚେସ ଫେଡେରେସନ ଏଫଆଇଡିଇ ଚେସ ଅନଲାଇନ କପ ପାଇଁ ଟିମ ଇଣ୍ଡିଆର ସୂଚୀ ଜାରି କରିଥିଲା। ତାଙ୍କ ନାମ ଏହି ସୂଚୀରେ କେଉଁଠି ଅଛି ବୋଲି ଚହଲ ଫେଡେରେସନକୁ ପ୍ରଶ୍ନ କରିଛନ୍ତି । ଆପଣ ହୁଏତ ଜାଣିନଥିବେ କି, ଚହଲ କ୍ରିକେଟ ଖେଳିବା ପୂର୍ବରୁ ଚେସ୍‌ ଖେଳୁଥିଲେ। ସେ ଜଣେ ଭଲ ପ୍ରଫେସନାଲ ଚେସ୍‌ ଖେଳାଳି। ଏହାଛଡା ଚହଲ ଜୁନିଅର ନ୍ୟାସନାଲ ଚେସ୍‌ ଚାମ୍ପିଅନ ମଧ୍ୟ ରହିସାରିଛନ୍ତି।

ଏଫଆଇଡିଇ ଜରି କରିଥିବା ସୂଚୀରେ ଭାରତର ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ, ବିଦିତ ଗୁଜରାଟୀ, ପେଣ୍ଟଲା ହରକୃଷ୍ଣ, ହମ୍ପି କୋନେରୁଙ୍କ ନାମ ରହିଥିଲା। ଏହି ସୂଚରରେ ଅଧିବାନ ଭାସ୍କରନ ଏବଂ ହରିକା ଦ୍ରୋଣବଲ୍ଲୀ ରିଜର୍ଭ ଖେଳାଳି ଭାବେ ମଧ୍ୟ ରହିଛନ୍ତି।

ଚହଲଙ୍କ ଏଭଳି ପ୍ରଶ୍ନରେ ଏଫଆଇଡିଇ ତାଙ୍କ ମନ ଭାଙ୍ଗି ନାହିଁ। ଫେଡେରେସନ ପକ୍ଷରୁ ଚହଲଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଯାହାକୁ ଚହଲ ମଧ୍ୟ ଖୁସିର ସହିତ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.