ଘରର ନିଅଁ ଖୋଳୁ ଖୋଳୁ ବାହାରିଲା ଧଳା ମଚ ମଚ ଶଙ୍ଖ, ତାଜୁବ ପରିବାର ଲୋକେ

ନୂଆ ଘର ତିଆରି ପାଇଁ ଖୋଳା ଚାଲିଥିଲା ନିଅଁ । ଆଉ ସେହି ନିଅଁ ଗାତ ଖୋଳୁ ଖୋଳୁ ବାହାରିଲା ଧଳା ମଚ ମଚ ଶଙ୍ଖ । କଣ ଶୁଣିକି ଟିକେ ଚକିତ ହୋଇଗଲେ ନା । ତେବେ କେବଳ ଶଙ୍ଖ ନୁହେଁ ମାଠିଆ, ଖପରା ମଧ୍ୟ ବାହାରୁଛି ସେହି ଗାତ ଭିତରୁ ।

ଯାଜପୁର(କେନ୍ୟୁଜ): ନୂଆ ଘର ତିଆରି ପାଇଁ ଖୋଳା ଚାଲିଥିଲା ନିଅଁ । ଆଉ ସେହି ନିଅଁ ଗାତ ଖୋଳୁ ଖୋଳୁ ବାହାରିଲା ଧଳା ମଚ ମଚ ଶଙ୍ଖ । କଣ ଶୁଣିକି ଟିକେ ଚକିତ ହୋଇଗଲେ ନା । ତେବେ କେବଳ ଶଙ୍ଖ ନୁହେଁ ମାଠିଆ, ଖପରା ମଧ୍ୟ ବାହାରୁଛି ସେହି ଗାତ ଭିତରୁ । ତା ସହ ଖୋଳା ହୋଇଥିବା ନିଅଁ ଭିତରେ ବଡ଼ ବଡ଼ ଗାତ ଥିବା ଦେଖିବାକୁ ମିଳୁଛି । ଯାହା ଦେଖି ପରିବାର ଲୋକେ ଏକଦମ୍ ତାଜୁବ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସେବତୀପୁର ଗ୍ରାମରେ । ଗ୍ରାମର ମହେନ୍ଦ୍ର କବିଙ୍କର ବହୁ ବର୍ଷର ପୁରୁଣା ମାଟି ଘରକୁ ଭଙ୍ଗାଯାଇ ନୂଆ ଘର ତିଆରି ପାଇଁ ନିଅଁ ଖୋଳା ଚାଲିଥିଲା । ପ୍ରାୟ ୩ରୁ ୪ଫୁଟ ଗାତ ଖୋଳାଯିବା ପରେ ପ୍ରଥମେ ମାଠିଆ, ଖପରା ଆଦି ବାହାରିଥିଲା । ଯାହା ପରେ ଫାଉଡ଼ାରେ ଏକ ସାମଗ୍ରୀ ବାଜିଥିଲା । କଣ ବୋଲି ଦେଖିବାରୁ ଧଳା ଧଳା ଅଂଶ ଦୁଇଖଣ୍ଡ କଣ ବାହାରିଥିଲା ।

ମାଟି ତଳେ ମଣିଷ ମୁଣ୍ଡ ଅଛି ବୋଲି ଭାବି ସମସ୍ତେ ଭୟବିତ ହୋଇପଡିଥିଲେ । ପରେ ଖୋଳିବାରୁ ଏକ ବଡ଼ ଶଙ୍ଖ ବାହାରିଥିଲା । ଯାହାକୁ ସଫା କରି ଦେଖିଲା ବେଳକୁ ଏକ ଧଳା ରଙ୍ଗର ଚକ ଚକ କରୁଥିବା ଶଙ୍ଖ। ତାହା ମଧ୍ୟ ପୁରା ଜୋରରେ ବାଜୁଛି । ଏଥିସହ ଖୋଳା ଯାଇଥିବା ଗାତର ବିଭିନ୍ନ ସ୍ଥାନରେ ବଡ ବଡ ଗାତ ରହିଥିବା ଦେଖିବାକୁ ସଭିଏଁ ଦେଖିଥିଲେ । ତେବେ ଏସବୁକୁ ଦେଖି ମହେନ୍ଦ୍ରଙ୍କ ପରିବାର ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଘର କାମ ଜାରି ରଖିଛନ୍ତି ।

ତେବେ ଏହି ଖବର ପ୍ରଚାର ହେବାପରେ ଘଟଣାସ୍ଥଳରେ ଆଖପାଖ ଲୋକ ଦେଖିବାକୁ ଭିଡ ଜମାଇଛନ୍ତି । ପ୍ରକ୍ରୁତରେ ଏଭଳି ମାଠିଆ, ଖପରା, ଶଙ୍ଖ ଏବଂ ବଡ ବଡ ଗାତ ମାଟି ଭିତରୁ କେଉଁଠୁ ଆସିଲା ତାହାକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.