ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ

ପଦ୍ମପୁର ଗାଇସିଲାଟ ରାସ୍ତା ଖାଇରପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି ।

ପଦ୍ମପୁର : ପଦ୍ମପୁର ଗାଇସିଲାଟ ରାସ୍ତା ଖାଇରପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ମୃତ ଯୁବକ ଭେଲୁଆପଦର ଗ୍ରାମର କୈଳାଶ ସାହୁ (୨୬) ବୋଲି ଜଣାପଡ଼ିଛି । ତେବେ ଘର ସଂପର୍କୀୟ ଓ ଗାଁ ଲୋକେ ରାସ୍ତା ଉପରେ ଶବ ରଖି ଟ୍ରକ ଡ୍ରାଇଭରଙ୍କ ଶୀଘ୍ର ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ।

ସୂଚନା ଅନୁଯାୟୀ, ଗାଇସିଲେଟ ପଟୁ ପଦ୍ମପୁରକୁ ଆସୁଥିବା ବେଳେ ଖଇରପାଲି ନିକଟରେ ଟ୍ରକଟି କୈଳାଶ ସାହୁଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଟ୍ରକ ଡ୍ରାଇଭର ଟ୍ରକ ଧରି ଫେରାର ହୋଇଯାଇଥିଲା । ଏ ନେଇ ଉତ୍ୟକ୍ତ ଜନତା ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.