ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ: ୨ ଅଭିଯୁକ୍ତ ଗିରଫ

ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍। ଗତକାଲି ସନ୍ଧ୍ୟା ବେଳେ ଏସଟିଏଫର ଏକ ଟିମ୍ ପିପିଲିର ଏକ କଲେଜ ନିକଟରୁ ବ୍ରାଉନସୁଗାର ଜବତ କରିଛି।

ପିପିଲି (କେନ୍ୟୁଜ): ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏ ୮ ଲକ୍ଷ୍ୟ ଟଙ୍କା ହେବ। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍।

ଗତକାଲି ସନ୍ଧ୍ୟା ବେଳେ ରାଜଧାନୀ ଉପକଣ୍ଠ ଉତ୍ତରାର ଏକ କଲେଜ ନିକଟରୁ ବ୍ରାଉନସୁଗାର ଜବତ କରିଥିଲା କ୍ରାଇମବ୍ରାଞ୍ଚ STFଟିମ୍। ଘଟଣାସ୍ଥଳରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ସହିତ ଦୁଇଜଣ ଡ୍ରଗ୍ ବେପାରୀ ଜବତ ହୋଇଥିଲେ । ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ। କଲେଜ ଛାତ୍ରଙ୍କୁ ବ୍ରାଉନସୁଗର ବିକ୍ରି ପାଇଁ ଆଣିଥିବ ସୂଚନା ମିଳିଛି। ତେବେ ଦୁଇ ଗିରଫ ଅଭିଯୁକ୍ତଙ୍କୁ STF ଅଫିସ ଆଣି ପଚରା ଉଚରା କରୁଥିବା ବେଳେ ତେବେ ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆଣିଲେ ସେନେଇ ଅଧିକ ଖୋଳତାଡ ଜାରି ରଖିଛି STF।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.