ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ, ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ

ଫିଲ୍ମ ‘ଜବାନ’ ପାଇଁ ସାରା ଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ବୁକିଂ ଆରମ୍ଭ ହେବା ମାତ୍ରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ କ୍ରେଜ୍‌ ବଢି ଯାଇଛି । ‘ଜବାନ’ର ବୁକିଂ ଅରମ୍ଭ ହେବାର ୧ ଘଣ୍ଟା ଭିତରେ ବଲିଉଡର ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମର ପ୍ରଥମ ଦିନର ବୁକିଂର ରେକର୍ଡ ଭାଙ୍ଗିଛି ।

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଜବାନ’ ରିଲିଜ୍‌ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମଟି ଦେଖିବା ପାଇଁ କିଙ୍ଗ୍‌ ଖାନ୍‌ଙ୍କ ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ତେବେ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । କାରଣ ଫିଲ୍ମ ‘ଜବାନ’ ପାଇଁ ସାରା ଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ବୁକିଂ ଆରମ୍ଭ ହେବା ମାତ୍ରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ କ୍ରେଜ୍‌ ବଢି ଯାଇଛି । ‘ଜବାନ’ର ବୁକିଂ ଅରମ୍ଭ ହେବାର ୧ ଘଣ୍ଟା ଭିତରେ ବଲିଉଡର ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମର ପ୍ରଥମ ଦିନର ବୁକିଂର ରେକର୍ଡ ଭାଙ୍ଗିଛି ।

ତେବେ ସାରା ଦେଶରେ ଫିଲ୍ମ ‘ଜବାନ’ ପାଇଁ ଆଡଭାନ୍ସ ବୁକିଂ ଜୋରସୋର ଚାଲୁଥିବା ସମୟରେ, ମୁମ୍ବାଇ ଓ ଦିଲ୍ଲୀରେ ସବୁଠାରୁ ମହଙ୍ଗା ଟିକେଟ୍‌ ବିକ୍ରି ହେଉଛି । ଯାହାର ମୂଲ୍ୟ ପ୍ରାୟ ୨୩୦୦ ରୁ ୨୪୦୦ ଟଙ୍କା ହେବ । ତେବେ ଏହି ଫିଲ୍ମ ପାଇଁ ପ୍ରଥମ ଦିନରେ ୨,୦୦,୪୫୪ ଟିକେଟ ବିକ୍ରି ହୋଇଛି । ଏହସହ ‘ଜବାନ’ ପ୍ରଥମ ଦିନରେ ୬.୮୪ କୋଟି ଟଙ୍କା ରୋଜଗାର କରିଛି ।

khan

 

ଫିଲ୍ମ ‘ଜବାନ’ ସେପ୍ଟେମ୍ବର ୭ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମ ପାଇଁ କିଛି ଦିନ ପୂର୍ବରୁ ବିଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଥିଲା । ତେବେ ବର୍ତ୍ତମାନ ଇଣ୍ଡିଆରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଏପଟେ  ଫିଲ୍ମର ନିର୍ଦ୍ଦେଶକ ଏବଂ ଫ୍ୟାନ୍ସ ଆଶା ରଖିଛନ୍ତି ପିଲ୍ମଟି ଜବରଦସ୍ତ ହିଟ୍ ହେବ ବୋଲି ।

ଅପରପକ୍ଷେ ଏହାସହ କିଙ୍ଗ୍‌ ଖାନ୍‌ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲୋକଙ୍କ କମେଣ୍ଟ ପଢୁଥିବାର ନଜର ଆସିଛନ୍ତି । ତେବେ ସେହି ଭିଡିଓରେ ଫିଲ୍ମର ଟ୍ରେଲରର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ଶାହରୁଖ ଖାନ୍‌ ଭିଡିଓରେ କହିଛନ୍ତି ଯେ, ‘ବହୁତ ଉତ୍ସାହିତ ଅଛନ୍ତି ସମସ୍ତେ ‘ଜବାନ’ ପାଇଁ । ତେବେ ଆପଣ ମାନଙ୍କର ଏବଂ ମୋର ଅପେକ୍ଷା ଶେଷ ହେଲା । ’ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଏହାସହ ଦର୍ଶକ ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ କ୍ରେଜ୍‌ ବଢିଯାଇଛି । ତେବେ କୁହାଯାଉଛି ଯେ ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ‘ପଠାନ’ ର ରେକର୍ଡ ଭାଙ୍ଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.