Below header

ରାଜସ୍ଥାନରେ ମଣିପୁର କାଣ୍ଡ ରିଟର୍ଣ୍ଣ : ଆଦିବାସୀ ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, ଭିଡିଓ ଭାଇରଲ

ମଣିପୁର କାଣ୍ଡ ପରେ ରାଜସ୍ଥାନରେ ସମାନ କାଣ୍ଡ । ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ଗାଁରେ ବୁଲାଇଲେ ଶାଶୁଘର ଲୋକେ । ସମସ୍ତେ ପାଲଟିଲେ ଦେଖଣାହାରୀ । ମହିଳା ଜଣକ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣିନଥିଲେ ।

ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ରାଜସ୍ଥାନରେ ପୁଣି ଦେଖାଦେଇଛି ଏମିତି ଏକ ଲଜ୍ୟାଜନକ ଘଟଣା । ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ଵିଟ୍‌ କରି ନ୍ୟାୟ ଦେବାକୁ କହିଛନ୍ତି । ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିବ ବୋଲି କହିଛନ୍ତି ।

ଖବର ମୁତାବକ, ରାଜସ୍ଥାନ ପ୍ରତାପଗଡରେ ବୋହୂ ଅନ୍ୟ ଏକ ଯୁବକ ସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ଏହି ସମୟରେ ମହିଳା ଜଣକ ଚିତ୍କାର କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ କିମ୍ବା ପରିବାର ଲୋକେ ଏଭଳି ଘଟଣା ଘଟାଇଚାଲିଥିଲେ । ଏହାକୁ କିଛି ଲୋକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ସ୍ୱାମୀ ସହ ଶାଶୁଘରର ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।


ପୋଲିସ ଡିଜିପି ଉମେଶ ମିଶ୍ର କହିଛନ୍ତି, ମହିଳା ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଅପହରଣ କରି ନେଇ ନିଜ ଗାଁରେ ଏଭଳି ଘଟଣା ଘଟାଇଥିଲେ । ଏହି ଘଟଣା ପାଇଁ ୬ ଜଣିଆ ଟିମ୍ ଗଠନ କରାଯାଇଛି । ଘଟଣାକୁ ନେଇ ପୀଡିତାଙ୍କ ସ୍ୱାମୀ ସହ ଶାଶୁଘରର ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଏହି ଘଟଣାକୁ ନେଇ ବିଜେପି ଗେହଲଟ ସରକାରଙ୍କୁ ଘେରିଛି। ଏହି ଘଟଣାରେ ବିଜେପି ନେତା ସତୀଶ ପୁନିଆ ଟ୍ୱିଟ କରି ଲେଖିଛନ୍ତି, ପ୍ରତାପଗଡ଼ରେ ଆଦିବାସୀ ମହିଳାଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର ଘଟଣା ଦେଖି ଅନ୍ତର ଆତ୍ମା କାନ୍ଦୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.