ସୂର୍ଯ୍ୟ କିରଣର ଗଭୀର ପ୍ରଭାବ ଜାଣିବା ପାଇଁ ମହାକାଶକୁ ଗଲା ଆଦିତ୍ୟ L1, ଜାଣନ୍ତୁ ଅଧ୍ୟୟନର କିଛି ରୋଚକ ତଥ୍ୟ

ପୃଥିବୀର ଅନ୍ୟ ସମସ୍ତ ଗ୍ରହଠାରୁ ସୂର୍ଯ୍ୟ ବହୁତ ଭିନ୍ନ, ଅନ୍ୟ ତାରାମାନଙ୍କ ତୁଳନାରେ ଏହାର ଦୂରତା ହିଁ ଏହାର ଅଧ୍ୟୟନକୁ ଭିନ୍ନ ଗୁରୁତ୍ୱ ଦେଇଥାଏ । ଅନ୍ୟ ତାରାମାନଙ୍କ ତୁଳନାରେ ସୂର୍ଯ୍ୟ ପୃଥିବୀର ଅତି ନିକଟରେ ରହିଛି । ଏହି ସମସ୍ତ ରୋଚକ ତଥ୍ୟ ବିଷୟରେ ଜାଣିବା ପାଇଁ ଆମର ଆଦିତ୍ୟ L1 ଲଞ୍ଚ କରାଯାଇଛି ।

ଭାରତ ପୁଣି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଲଞ୍ଚ ହୋଇଯାଇଛି ଆଦିତ୍ୟ L1 । ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଇସ୍ରୋର ରହିଛି ନଜର । ଆଜି ୧୧.୫୦ ମିନିଟ ସମୟରେ ଶ୍ରୀହରିକୋଟାର ଲଞ୍ଚିଂ ପ୍ୟାଡରୁ ଆଦିତ୍ୟ L-1 ମିଶନର ସଫଳ ଲଞ୍ଚିଂ କରାଯାଇଛି । ଏହି ମିଶନର ଲକ୍ଷ୍ୟ ହେଉଛି ସୂର୍ଯ୍ୟ ନିକଟରେ ଘୁରିବା ଏବଂ ସୂର୍ଯ୍ୟ-ପୃଥିବୀ ମଧ୍ୟରେ ଥିବା L-1 ପଏଣ୍ଟରେ ସ୍ଥାପିତ ହୋଇ ସୂର୍ଯ୍ୟର ପର୍ଯ୍ୟବେକ୍ଷଣ କରିବା । ଏହି ମିଶନ ଦ୍ୱାରା ଭାରତ ସୂର୍ଯ୍ୟର ଅଧ୍ୟୟନ କରିବ । ତେବେ ସୂର୍ଯ୍ୟର ଅଧ୍ୟୟନ କରିବା ଏତେ କଷ୍ଟ କାହିଁକି । ଆସନ୍ତୁ ଜାଣିବା ସୂର୍ଯ୍ୟ ଅଧ୍ୟୟନ ବିଷୟରେ କିଛି ରୋଚକ ତଥ୍ୟ ।

ପୃଥିବୀର ଅନ୍ୟ ସମସ୍ତ ଗ୍ରହଠାରୁ ସୂର୍ଯ୍ୟ ବହୁତ ଭିନ୍ନ, ଅନ୍ୟ ତାରାମାନଙ୍କ ତୁଳନାରେ ଏହାର ଦୂରତା ହିଁ ଏହାର ଅଧ୍ୟୟନକୁ ଭିନ୍ନ ଗୁରୁତ୍ୱ ଦେଇଥାଏ । ଅନ୍ୟ ତାରାମାନଙ୍କ ତୁଳନାରେ ସୂର୍ଯ୍ୟ ପୃଥିବୀର ଅତି ନିକଟରେ ରହିଛି । ଶତାବ୍ଦୀ ଧରି ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି । ପୃଥିବୀ ଉପରେ ସୂର୍ଯ୍ୟ କିରଣର ଗଭୀର ପ୍ରଭାବ ହେତୁ ଏହାର ଅଧ୍ୟୟନ କରିବା ପାଇଁ ଲଗାତାର ଚେଷ୍ଟା କରାଯାଉଛି ।

ସୂର୍ଯ୍ୟ କ’ଣ?
ସୂର୍ଯ୍ୟ ହେଉଛି ଏକ ତାରା ଏବଂ ପୃଥିବୀର ନିକଟରେ ଥିବାରୁ ଏହାର ବିଶେଷ ଗୁରୁତ୍ୱ ଏବଂ ପ୍ରଭାବ ରହିଛି । ସୌର ମଣ୍ଡଳର କେନ୍ଦ୍ରରେ ଅବସ୍ଥିତ ଏହି ସୂର୍ଯ୍ୟ ଗରମ ଗ୍ୟାସ୍ ଏବଂ ପ୍ଲାଜାମାର ଏକ ଗରମ ବଲ୍ ସହ ସମାନ । ସୂର୍ଯ୍ୟ ଅଧ୍ୟୟନର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ସେଠାରୁ ଆସୁଥିବା ଆଲୋକ ଏବଂ ବିକିରଣ, ଯେଉଁଥିପାଇଁ ଏହାର ଅଧ୍ୟୟନ କରିବା ପାଇଁ ବିଭିନ୍ନ ଯନ୍ତ୍ର ଆବଶ୍ୟକ ହୋଇଥାଏ । ଆଲୋକର ବିକିରଣ ବ୍ୟତୀତ ଏଥିରେ ଅତିବାଇଗଣି ରଶ୍ମିର ବିକିରଣ, ରେଡିଓ ତରଙ୍ଗ ଏବଂ ଅନ୍ୟାନ୍ୟ ବହୁତ ତରଙ୍ଗ ସାମିଲ ରହିଛି । ସୂର୍ଯ୍ୟ ଗ୍ରହଣ ପରି ଘଟଣାରୁ ଜଣା ପଡ଼େ ଯେ ସୂର୍ଯ୍ୟ ପୃଷ୍ଠରେ ଅନେକ ଘଟଣା ଘଟିଥାଏ ଯାହା ବିଷୟରେ ଆମେ ଆଜି ବି ଜାଣି ନାହୁଁ । ଏହି ସମସ୍ତ ରୋଚକ ତଥ୍ୟ ବିଷୟରେ ଜାଣିବା ପାଇଁ ଆମର ଆଦିତ୍ୟ L1 ଲଞ୍ଚ କରାଯାଇଛି ।

ସୂର୍ଯ୍ୟଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସୂର୍ଯ୍ୟ ନିକଟକୁ ଯିବାକୁ ପଡିବ ଯାହା ଦ୍ୱାରା ସୂର୍ଯ୍ୟ ପୃଷ୍ଠରୁ ଆସୁଥିବା ତରଙ୍ଗ ବିଷୟରେ ଜାଣିହେବ । ଏହା ଜାଣିବାର ଗୋଟିଏ ଉପାୟ ହେଉଛି ଟେଲିସ୍କୋପ । କିନ୍ତୁ ସମସ୍ୟା ହେଉଛି ପୃଥିବୀର ବାୟୁମଣ୍ଡଳ ସୂର୍ଯ୍ୟ ବିକିରଣକୁ ରୋକି ଥାଏ ଅନ୍ୟ ପଟେ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ମହାକାଶର ପାଗକୁ ପ୍ରଭାବିତ କରିଥାଏ ଯେଉଁଥିପାଇଁ ଅନ୍ୟାନ୍ୟ କଣିକା ପୃଥିବୀକୁ ପହଞ୍ଚି ନଥାଏ । ତେଣୁ ଟେଲିସ୍କୋପରୁ ସମସ୍ତ ଅଧ୍ୟୟନ ସମ୍ଭବ ନୁହେଁ ।

ଏଭଳି ପରିସ୍ଥିତିରେ, ଗୋଟିଏ ଅପ୍ସନ ହେଉଛି ଯେ ଟେଲିସ୍କୋପକୁ ମହାକାଶକୁ ନେଇ ସୂର୍ଯ୍ୟ ନିକଟରେ ପହଞ୍ଚାଇ ଅଧିକ ସୂଚନା ଉପଲବ୍ଧ କରିବା । କିନ୍ତୁ ସୂର୍ଯ୍ୟର ନିକଟକୁ ଯିବା ମହାକାଶଯାନକୁ ଜଳାଇବା ସହିତ ସମାନ ହୋଇପାରେ । ସୂର୍ଯ୍ୟର ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଯାନ ଜଳିଯିବାର ସମ୍ଭାବନା ରହୁଛି । ତେଣୁ ଯାନକୁ ସୂର୍ଯ୍ୟର ଶକ୍ତିଶାଳୀ ପ୍ରଭାବରୁ ରକ୍ଷା କରିବା ପାଇଁ ଯାନକୁ ବହୁତ ଇନ୍ଧନ ଆବଶ୍ୟକ ହେବ । ଏନେଇ ଭାରତ ଆଦିତ୍ୟ L1 ଲଞ୍ଚ କରିଛି । ଯାହା ସୂର୍ଯ୍ୟଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିବ ଏବଂ ସୂର୍ଯ୍ୟର ଅଧ୍ୟୟନ କରିବ ।

ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଲାଗ୍ରାଞ୍ଜ୍ ସ୍ଥିତିରେ ରହି ଆଦିତ୍ୟ L1 ପୃଥିବୀର ପ୍ରଭାବରୁ ମୁକ୍ତ ହୋଇ ସୂର୍ଯ୍ୟର ଅନୁସନ୍ଧାନ କରିବ । L1 ପଏଣ୍ଟରେ ରହି ଆଦିତ୍ୟ L 1 ସୂର୍ଯ୍ୟର ପର୍ଯ୍ୟବେକ୍ଷଣ କରି ଇସ୍ରୋକୁ ତଥ୍ୟ ଦେବ । ଯାହା ପୃଥିବୀ ପୃଷ୍ଠରୁ କରିବା ସମ୍ଭବ ନୁହେଁ । ତେବେ ଆଦିତ୍ୟ L 1କୁ L-1 ପଏଣ୍ଟରେ ପହଞ୍ଚିବାକୁ ଶହେରୁ ୧୨୦ ଦିନ ସମୟ ଲାଗିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.