ବାତ୍ୟା ଫନି ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୨୬ ଟି ସଂସ୍ଥା ପକ୍ଷରୁ ୧ କୋଟି ୬୨ ଲକ୍ଷ ଟଙ୍କା ଦାନ

ଭୁବନେଶ୍ବର(କେନ୍ୟୁଜ୍): ବାତ୍ୟା ଫନି ବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଗତକାଲି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରାଯାଇଛି ୧ କୋଟି ୬୨ ଲକ୍ଷ ଟଙ୍କା । ୨୬ ଟି ସଂସ୍ଥା ପକ୍ଷରୁ ଏହି ଟଙ୍କା ଦାନ କରାଯାଇଛି । ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥା ମାନେ ସହୃଦୟତାର ସହିତ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.