ପାରାଦୀପ : ମ୍ୟୁନିସିପାଲଟି ସମ୍ମିଳନୀ କକ୍ଷରେ ପୌର ପରିଷଦର ୫ମ ତଥା ଅନ୍ତିମ ବଜେଟ୍‌ ଉପସ୍ଥାପିତ

ପାରାଦୀପ(କେନ୍ୟୁଜ୍): ପାରାଦୀପ ମ୍ୟୁନିସିପାଲଟିର ସମ୍ମିଳନୀ କକ୍ଷରେ ପୌର ପରିଷଦର ୫ମ ତଥା ଅନ୍ତିମ ବଜେଟ୍‌ ଉପସ୍ଥାପିତ ହୋଇଛି। ବୈଠକରେ ନବ ନିର୍ବାଚିତ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟ୍‌ରେ ବିଜୁଳି, ପାନୀୟ, ଜଳ , ପ୍ରଦୂଷଣ ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ସମ୍ମିଳନୀ କକ୍ଷରେ ପାରାଦୀପ ପୌରପରିଷଦର ପାରିଷଦମାନଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ମେମୋରିଆଲ୍‌ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଅଧିକାରୀ , ଡାକ୍ତର ବସନ୍ତ କୁମାର ରାଉତ, କୁଜଙ୍ଗ ବ୍ଲକ ସିଡିପିଓଙ୍କ ସମେତ ପାରିଷଦ ଓ ମ୍ୟୁନିସିପାଲଟିର କର୍ମଚାରୀମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.