ମମତା ବାନାର୍ଜି ଓ ପ୍ରଶାନ୍ତ କିଶୋରଙ୍କ ଭିତରେ କଥାବାର୍ତ୍ତା, ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ କରିପାରନ୍ତି କାମ

୨୦୨୧ରେ ପଶ୍ଚିମବଙ୍ଗଗରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଗତକାଲି ନିର୍ବାଚନ ସ୍ପେଶାଲିଷ୍ଟ ପ୍ରଶାନ୍ତ କିଶୋରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋର ଷ୍ଟ୍ରାଟେଜିଷ୍ଟ ଭାବେ କାମ କରିବେ। ଏ ନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି। ନିକଟରେ ଆନ୍ଧ୍ରପ୍ରଦେଶରେ ପ୍ରଶାନ୍ତ କିଶୋର ୱେଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନଙ୍କ ପାଇଁ କାମ କରିଥିଲେ। ପ୍ରଶାନ୍ତ କିଶୋରଙ୍କ ରଣନୀତି ଓ ମିଡିଆ ଷ୍ଟ୍ରେଟିଜ୍‌, ପରାମର୍ଶ ଜଗନ ମୋହନଙ୍କୁ ଆନ୍ଧ୍ରରେ ପ୍ରବଳ ବହୁମତ ଦେଇଥିବା କୁହାଯାଉଛି। ଏଥର ଲୋକସଭା ନିର୍ବାଚନରେ ମମତାଙ୍କ ଗଡ ଦମ ଦେଖାଇଥିଲା ବିଜେପି । ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବାଜିମାରିଥିଲା । ସେହିପରି ୨୩ ଟି ଆସନରେ ଦିଦିଙ୍କ ତୃଣମୂଳ କଂଗ୍ରେସ ବିଜୟ ବାନା ଉଡାଇଥିଲା ।

Leave A Reply

Your email address will not be published.