ଜୟପୁର: ଜୁଆ ଆଡ୍ଡା ଚାଲିଥିବାବେଳେ କୋଟପାଡ଼ ପୋଲିସା ଚଢାଉ, ୧୦ ଗିରଫ

ଜୟପୁର: ଜୟପୁର କୋଟପାଡ଼ ପୋଲିସକୁ ସଫଳତା। ପେଟ୍ରୋଲିଙ୍ଗ ସମୟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା କୋଟପାଡ଼ ପୋଲିସ । ଆମ୍ଭଗାଁ ନିକଟସ୍ଥ ମୋଲଚାମାଲ ଜଙ୍ଗଲରେ ପୋଲିସ ଚଢ଼ାଉ କରିଥିବାବେଳେ, ସେଠାରୁ ସମସ୍ତେ ଦୌଡି ପଳାଇ ଯାଇଥିଲେ। ସେମାନଙ୍କ ଭିତରୁ ୧୦ଜଣକୁ ଘଟଣାସ୍ଥଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ବ୍ୟକ୍ତି ମାନେ ବସ୍ତର,ଜଗଦଲପୁର ଓ ନାଗରନାରର ବୋଲି ଜଣାପଡିଛି l ଏହି ଚଢ଼ାଉରେ ୬ ଟି ମୋଟର ସାଇକଲ, ୩ଟି ସ୍କୁଟି, ୬ଟି ମୋବାଇଲ ସହ ନଗଦ ୭୧,୩୦୦ ଟଙ୍କା ଜବତ କରିଛି କୋଟପାଡ ପୋଲିସ୍ । କୋଟପାଡ଼ ପୋଲିସର ଏହି ସଫଳତାରେ ଥାନା ଅଧିକାରୀ ଶ୍ରୀମତି ଉଲ୍ହାସା ମାଝୀଙ୍କ ସମେତ,୯ ଜଣିଆ ଟିମ୍ ଥିବାବେଳେ ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.