Below header

ଭ୍ୟାକ୍‌ସିନ୍‌ ଦେବା ପାଇଁ ନର୍ସ ଛୁଇଁବା ମାତ୍ରେ ଏମିତି କାମ କଲେ ପୋଲିସ ଅଧିକାରୀ, ଦେଖିଲେ ଆପଣ ବି ହସି ହସି ହେବେ ବେଦମ୍‌

କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇବାକୁ ଭାରତ ସମେତ ସାରା ବିଶ୍ୱରେ ଭ୍ୟାକ୍‌ସିନ୍‌ ଦିଆଯାଉଛି। ସାରା ଦୁନିଆର ବିଭିନ୍ନ କରୋନା ଭ୍ୟାକ୍‌ସିନ୍‌ ସେଣ୍ଟରରୁ ଅନେକ ଗୁଡ଼ିଏ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସୁଛି, ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି। ଏବେ ନାଗାଲାଣ୍ଡରୁ ସେଭଳି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭ୍ୟାକ୍‌ସିନ୍‌ ଦେବା ପାଇଁ ନର୍ସ ଛୁଇଁବା ବେଳେ ଜଣେ ପୋଲିସ କେମିତି ହସୁଛନ୍ତି, ଏହି ଭିଡିଓରେ ତାହା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଆଇପିଏସ୍‌ ଅଫିସର ରୁପିନ୍‌ ଶର୍ମା ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓଟି ନାଗାଲାଣ୍ଡର ବୋଲି ସେ କହିଛନ୍ତି। ଭାଇରାଲ ଭିଡିଓରେ ନର୍ସ ପୋଲିସଙ୍କୁ ଛୁଇଁବା ମାତ୍ରେ ସେ ହସି ହସି ବେଦମ୍‌ ହୋଇଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ ମାର୍ଚ୍ଚ ୭ ତାରିଖରେ ଆଇପିଏସ୍‌ ଅଫିସର ସେୟାର କରିଛନ୍ତି। ଏବେ ଯାଏଁ ଏହାକୁ ଦେଢ଼ ହଜାରରୁ ଅଧିକ ଥର ଦେଖାସରିଲାଣି।

ଭିଡିଓରୁ ଜଣାପଡ଼ୁଛି ଉକ୍ତ ପୋଲିସଙ୍କୁ ଟିକା ନେବା ବେଳେ ଡର ବିଲକୁଲ ଲାଗୁନି। କିନ୍ତୁ ନର୍ସ ଛୁଇଁବା ମାତ୍ରେ ତାଙ୍କୁ କୁତୁକୁତୁ ଲାଗୁଛି ଓ ସେ ନିଜକୁ କଣ୍ଟ୍ରୋଲ କରି ନ ପାରି ପ୍ରବଳ ହସୁଛନ୍ତି। ଏହାର କ୍ୟାପସନ୍‌ରେ ଆଇପିଏସ୍‌ ଅଫିସର ଲେଖିଛନ୍ତି ବୋଧେ ଛୁଞ୍ଚି ନୁହେଁ, ଛୁଆଁର କୁତୁକୁତୁ ଯୋଗୁ ହଙ୍ଗାମା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.