ପାରା ପ୍ରେମରେ ତୁମେଶ୍ୱର: ପିଞ୍ଜରାରେ ନୁହେଁ ବରଂ ନିଜ ଛାତିରେ ବସାଇ କରୁଛନ୍ତି ଗେଲ

ନାର୍ଲା: ଆଜିକାଲି ଆଉ ଆଗ ଭଳି ମାଳ ମାଳ ପାରାଙ୍କୁ ଦେଖିବାକୁ ମିଲୁନି । କଂକ୍ରିଟ ସହରରେ ହଜି ଗଲେଣି ପାରା । କିନ୍ତୁ ଏଠି ଖୋଲା ଆକାଶ ନୁହେଁ ବ୍ୟକ୍ତିଙ୍କ ଛାତିରେ ବୁଲୁଛି ଆନନ୍ଦରେ।
କଳାହାଣ୍ଡି ଜିଲ୍ଲା ନାର୍ଲା ଅଞ୍ଚଳରେ ପାରାର ପ୍ରେମିକ ଭାବେ ଜଣା ତୁମେଶ୍ୱର ପାତ୍ର। ସହରୀ ସଭ୍ୟତା ଭିତରେ ମଣିଷ ଟିକେ ଆରାମରେ ରହିବ ବୋଲି ଛାତ ଘର କଲାଣି। ଗ୍ୟାସ୍, ଫ୍ରୀଜ୍, ଏସି ସବୁ ବ୍ୟବାହର ବି ବଢ଼ିଲାନି। ପରିବେଶ ପ୍ରଦୂଷିତ ହେଉଛି , ବିଷ ବଳୟରେ ବାୟୁ ମଣ୍ଡଳ ରହୁଛି। ତେଣୁ ପାରାଙ୍କ ବଂଶ ଲୁପ୍ତ ହୋଇ ଚାଲିଛି। ପ୍ରେମ ଓ ଶାନ୍ତିର ପ୍ରତୀକ ପାରା ଆଉ ଦେଖିବକୁ ମିଳୁନି।
ଛୁଆଟି ବେଳୁ ପାରାଟିକୁ ଆଣି ତାର ଯତ୍ନ ନେଉଛନ୍ତି ତୁମେଶ୍ଵର୍। ତାକୁ ଘରେ ଜଣେ ସଦସ୍ୟ ଭଳି ରଖିଛନ୍ତି। ଉଭୟଙ୍କ ଭିତରେ ପ୍ରେମ ଏତେ ଯେ, ଦୁହେଁ ଦୁହିଁଙ୍କୁ କ୍ଷଣେ ନଦେଖିଲେ ରହି ପାରୁନାହାଁନ୍ତି। ତୁମେଶ୍ଵରଙ୍କ ଛାଇ ଭଳି ତାଙ୍କ ଆଖ ପାଖରେ ରହୁଛି କମ୍ବୋ । ଏଇ ପକ୍ଷୀ ପାଖରେ କେତେ ଭଲ ପାଇବା ଅଛି ପାଖରୁ ଦେଖିଲେ ଜାଣି ପାରିବେ।