ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

ନୟାଗଡ଼(କେନ୍ୟୁଜ୍): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି ।

୧୦ ଦିନର ଅନ୍ତରୀଣ ଜାମିନ ମିଆଦ ପୂରିବା ପରେ ଅଭିଯୁକ୍ତ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବ । ଏନେଇ ଅଭିଯୁକ୍ତ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି ।

ପରୀ ହତ୍ୟା ପାଇଁ ଗଠନ କରାଯାଇଥିବା ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ୍‌ ନାବାଳକ ଅଭିଯୁକ୍ତ ବିରୋଧରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ମାମଲାର ଏବେ ସାକ୍ଷ୍ୟ ଗ୍ରହଣ ଚାଲିଛି । ୨୦୨୦, ଡିସେମ୍ବର ୨୧ରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.