ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ

ରାୟଗଡ଼ା(କେନ୍ୟୁଜ୍): ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ। ନିଜକୁ ନକ୍ସଲ ପରିଚୟ ଦେଇ ୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗାଁରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଏମାନେ ମାଓବାଦୀ ନାଁରେ ଚାନ୍ଦା ମାଗୁଥିଲେ। ସୁଙ୍ଗେର ଗାଁର ଟୁଟୁ ଗୋପାଳ ନାମକ ବ୍ୟକ୍ତିଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ବୋମା ଖଞ୍ଜିଥିଲେ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା।

ଟାଇମର ବୋମା ଖଞ୍ଜିଥିବା ଜଣାପଡ଼ିବା ପରେ କାଶୀପୁର ପୋଲିସକୁ ସୂଚନା ଦିଆଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲେ ଏସଡିପିଓ । ଘଟଣାର ତଦନ୍ତ କରି ସମସ୍ତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ ତାର, ଚାରୋଟି ମୋବାଇଲ, ସିଲିଣ୍ଡର ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.