Below header

ଭଦ୍ରକ ବେଲମଳା ଗାଁରେ ନିଆଁ ଲାଗି ଜଳିଗଲା ୫ଟି ପରିବାରର ୧୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଦ୍ରକ: ନିଆଁ ଲାଗି ଜଳିଗଲା ୫ଟି ପରିବାରର ୧୦ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ । ଭଦ୍ରକ ଚରମ୍ପା ଥାନା ବେଲମଳା ଗାଁରେ ଅଗ୍ନିକାଣ୍ଡ । ବଳମ୍ବିିତ ରାତିରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିବା ଖବର ପାଇବା ପରେ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ । ହେଲେ ନିଆଁକୁ ଆୟତ୍ତ କରି ପାରିନଥିଲେ । ଖବର ପାଇ ଅଗ୍ନିଶମ ବାହିୀନୀ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.