ଏଥର ହୋଲିରେ ଲାଗିପାରେ କଟକଣା! ବୈଷୟିକ କମିଟିର ପ୍ରସ୍ତାବ, ବିପଜ୍ଜନକ ହୋଇପାରେ ରଙ୍ଗଖେଳ

କେନ୍ଯୁଜ୍: ମାତ୍ର ତିନି ସପ୍ତାହରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାରରୁ ୩୯ ହଜାରରେ ପହଁଚିଲାଣି । ଏକାଧିକ ରାଜ୍ୟରେ କରୋନା ଯୋଗୁଁ ନାଇଟ କର୍ଫ୍ୟୁ ଓ ଲକଡାଉନ ଲାଗୁ ହେଲାଣି । ଏଭଳି ସ୍ଥିତିରେ ଚଳିତବର୍ଷ ହୋଲି ପାଳନ ବିପଜ୍ଜନକ ହୋଇପାରେ । ଏପରିକି ହୋଲି ଖେଳ ଯୋଗୁଁ ରାଜ୍ୟରେ ଦୈିନିକ କରୋନା ସଂକ୍ରମଣ ବଢ଼ିପାରେ ଆଶଙ୍କା ସୃଷ୍ଟି ହୋଇଛି ।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ହୋଲି କଟକଣା ନେଇ ଏପର୍ଯ୍ୟନ୍ତ କୌଣସି ନିୟମାବଳୀ ଲାଗୁ କରି ନାହାନ୍ତି । ବିଶେଷଜ୍ଞମାନେ ହୋଲିକୁ ଅତ୍ୟନ୍ତ ସତର୍କତାର ସହ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୨୯ରେ ହୋଲି ପଡୁଛି । ଅନ୍‌ ଲକ୍‌ ପ୍ରକ୍ରିୟା ଆରମ୍ଭ ହେବାପରେ ଲୋକମାନେ ଢିଲା ହୋଇ ଗଲେଣି । ମୁହଁରେ ମାସ୍କ ରହୁନାହିଁ । ବଜାରଘାଟରେ ସାମାଜିକ ଦୂରତ୍ୱ ଦେଖିବାକୁ ମିଳୁନାହିଁ । ଏଭଳି ସ୍ଥିତିରେ ହୋଲି ଖେଳିବା ଘାତକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.