ପୁଣି ଚିନ୍ତା ବଢାଇଲାଣି କରୋନା: କଟକର ଘରୋଇ ସାଇନ୍‌ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ

କଟକ: କଟକରେ ପୁଣି ଚିନ୍ତା ବଢାଇଲାଣି କରୋନା । କଟକର ଏକ ଘରୋଇ ସାଇନ୍‌ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ । ବୁଧବାର ଦିନ ୧୨ ଜଣ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ଜଣେ ଛାତ୍ର ପଜିଟିଭ୍‌ ହୋଇଥିଲେ । ଏହା ପରେ ଗତକାଲି ୭୧ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ସମସ୍ତେ ଗୋଟିଏ ହଷ୍ଟେଲର ଅନ୍ତେବାସୀ । ବର୍ତ୍ତମାନ ସୁଦ୍ଧା ଏହି କଲେଜରୁ ୨୬ ଜଣ ପଜିଟିଭ୍‌ ହୋଇ ସାରିଲେଣି । ଏହି ସାଇନ୍‌ସ କଲେଜକୁ ୧୦ ଦିନ ପାଇଁ ବନ୍ଦ ରଖିଛି କଟକ ମହାନଗର ନିଗମ । ପୂରା ଅଞ୍ଚଳକୁ ସାନିଟାଇଜ୍‌ କରାଯିବ । ଗତ ୧୭ ତାରିଖରେ ୪ଜଣ, ୧୬ ତାରିଖରେ ୫ଜଣ ଓ ୧୫ ତାରିଖରେ ୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.