ଆପଣଙ୍କ ଆଧାର କାର୍ଡ ଅନ୍ୟ କେହି ବ୍ୟବହାର କରୁନାହାଁନ୍ତି ତ ? ଏପରି କରନ୍ତୁ ଚେକ୍‌

ଆଜିର ସମୟରେ ଯଦି ଆପଣ ନୂଆ ସିମ୍ କାର୍ଡ କିଣିବାକୁ ଯାଉଛନ୍ତି କିମ୍ବା ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି,ତାହେଲେ ଆପଣଙ୍କୁ ଆଧାର କାର୍ଡର ଆବଶ୍ୟକ ପଡୁଛ। ଯଦି ଆପଣ ପିଏମ୍ କିସାନ୍ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଆଧାର କାର୍ଡ ଆବଶ୍ୟକ ପଡିଥାଏ। ଏହି ୧୨ ଅଙ୍କର ସଂଖ୍ୟା ଆପଣଙ୍କ ପରିଚୟକୁ ରେଖାଙ୍କିତ କରିଥାଏ। ତେଣୁ ଆପଣଙ୍କୁ ଆଧାର କାର୍ଡ ବ୍ୟବହାର କରିବାବେଳେ ବହୁତ ଭାବି ଚିନ୍ତି କରିବା ଜରୁରୀ। ଏମିତିରେ ଆପଣ ଧ୍ୟାନ ରଖିବା ଜରୁରୀ ଯେ ଆପଣଙ୍କ ଆଧାର କାର୍ଡର ଦୂରୁପଯୋଗ ହେଉନି ତ?

ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବାକୁ ଚାହିଁବୁ ଯେ ଆଧାର କାର୍ଡ ଜାରି କରୁଥିବା ସଂଗଠନ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) କାର୍ଡ ଧାରକଙ୍କୁ ଏହା ସୂଚିତ କରିଛନ୍ତି ଯେ ଆପଣ ଚେକ୍ କରିପାରିବେ ଯେ ଆପଣଙ୍କ ଆଧାର କାର୍ଡ ଗତ ଛଅ ମାସରେ କେତେ ଥର କେଉଁ କାମ ପାଇଁ ବ୍ୟବହାର କରାଯାଇଛି। ଏହା ଜରିଆରେ ଆପଣ ୫୦ ଅଥେଣ୍ଟିକେସନ ପର୍ଯ୍ୟନ୍ତ ସୂଚନା ପାଇପାରିବେ। ଏହାଦ୍ୱାରା ଆପଣ ଜାଣିପାରିବେ ଯେ କେଉଁଠି କେଉଁଠି ଆପଣଙ୍କ କାର୍ଡ ବ୍ୟବହାର ହୋଇଛି, ତାହାପରେ ଆପଣ ସତର୍କ ହୋଇପାରିବେ।

ଏପରି ଜାଣନ୍ତୁ ଆଧାର କାର୍ଡ ଅଥେଣ୍ଟିକେସନ୍ ହିଷ୍ଟ୍ରୀ

  • ସର୍ବପ୍ରଥମେ UIDAI ର ଅଫିସିଆଲ ୱେବସାଇଟ https://resident.uidai.gov.in/କୁ ଲଗଇନ୍ କରନ୍ତୁ।
  • ୱେବସାଇଟ ର ସବୁଠାରୁ ବାମ ପଟେ  ‘My Aadhaar’ ର ଅପ୍ସନ ଦେଖିବାକୁ ମିଳିବ।
  • ଏଠାରେ ‘Aadhaar Services’ ଅନ୍ତର୍ଗତ ‘Aadhaar Authentication History’ ର ବିକଳ୍ପ ଦେଖାଯିବ।
  • ଏବେ ଆଧାର ନମ୍ବର ସହିତ କାପ୍ଚା କୋଡ ଏଣ୍ଟର କରନ୍ତୁ ଏବଂ ‘Send OTP’ ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରକୁ ଓଟିପି ଆସିବ। ଯାହାପରେ ପ୍ରୋସେସ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ଅଥେଣ୍ଟିକେସନ୍ ସହ ଜଡିତ ସୂଚନା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.