ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୧୦ ଆହତ

ଟ୍ରଲରଟି ରାସ୍ତା ପାର୍ଶ୍ବରେ ଥିବା ସାଇନ୍ ବୋର୍ଡ଼କୁ ଧକ୍କା ଦେଇ ରାସ୍ତା ଉପରେ ଅଟକି ଥିବା ବେଳେ ପଛରୁ ଯାଉଥିବା ମାଲବାହୀ ଟ୍ରକ୍ ଧକ୍କା ଦେଇଥିଲା। ପରେ ପରେ ପଛରେ ଯାଉଥିବା ଖମ୍ବେଶ୍ୱରୀ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେଇଥିଲା।

ସୁନ୍ଦରଗଡ଼(କେନ୍ୟୁଜ୍): ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ୍ ବଡ଼ଗାଁ ନିକଟରେ ଦୁର୍ଘଟଣା ଗ୍ରସ୍ତ। ଟ୍ରଲରଟି ରାସ୍ତା ପାର୍ଶ୍ବରେ ଥିବା ସାଇନ୍ ବୋର୍ଡ଼କୁ ଧକ୍କା ଦେଇ ରାସ୍ତା ଉପରେ ଅଟକି ଥିବା ବେଳେ ପଛରୁ ଯାଉଥିବା ମାଲବାହୀ ଟ୍ରକ୍ ଧକ୍କା ଦେଇଥିଲା। ପରେ ପରେ ପଛରେ ଯାଉଥିବା ଖମ୍ବେଶ୍ୱରୀ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେଇଥିଲା।

ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସର ୧୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଇବା ପାଇଁ ପଦକ୍ଷେପ ନେଉଥିବା ସୂଚନା। ବିଜୁ ଏକ୍ସପ୍ରେସ ଓ୍ବେରେ ହୋଇଛି ଦୁର୍ଘଟଣା। ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.