ପୁରୀର ଏକ ହୋଟେଲରେ ପୋଲିସର ଚଢଉ : ୧୦ ଝାଡଖଣ୍ଡୀ ଲୁଟେରା ଗିରଫ

ପୁରୀ : ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲରେ ସମୁଦ୍ରକୂଳ ଥାନା ପୋଲିସର ଚଢଉ । ସେଠାରୁ ୧୦ ଝାଡଖଣ୍ଡୀ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଝାଡଖଣ୍ଡ ପୋଲିସର ସହାୟତାରେ ଏହି ଚଢଉ ହୋଇଥିଲା । ଏମାନଙ୍କ ଠାରୁ ୩୦ଟି ମୋବାଇଲ ଓ ଗୋଟିଏ ନୂଆ କଟର ମେସିନ ଜବତ କରାଯାଇଛି । ଏହି ଲୁଟେରା ଦଳ ଝାଡଖଣ୍ଡ ବିଷ୍ଣୁପୁର ଥାନା ଅଞ୍ଚଳରେ ୩୦ ଲକ୍ଷ ଟଙ୍କାର ମୋବାଇଲ ଓ ଲାପଟପ୍‌ ଚୋରି କରିଥିବା ଜଣାପଡିଛି । ଗତ ୬ ତାରିଖରୁ ସେମାନେ ପୁରୀ ଆସି ସମୁଦ୍ରକୂଳ ସ୍ଥିତ ଏକ ହୋଟେଲରେ ରହୁଥିଲେ । ବିଷ୍ଣୁପୁର ଓ ସାଇବର ସେଲ ପୋଲିସର ମିଳିତ ଟିମ୍‌ ପୁରୀରେ ପହଞ୍ଚି ଛାନଭିନ୍‌ କରିଥିଲେ । ଲୁଟେରା ଗ୍ୟାଙ୍ଗ ଗତକାଲି ରାତି ୩ଟାରେ ପୁରୀ ଛାଡିବା ଯୋଜନା କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.