Below header

କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା, ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୧୦ କେଜି ସୁନା

କଟକ : କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାରେ ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୧୦ କେଜି ସୁନା । ସହରରେ ଥିବା ମାନାପୁରମ୍‌ର ଦୁଇଟି ଶାଖାାରୁ ୬ କେଜି ୭୦୦ ସୁନା ଜବତ ହୋଇଛି । ଜବତ ସୁନାକୁ ଜିଲ୍ଲା ଆର୍ମୋରିରେ ରଖାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଗ୍ରାହକଙ୍କୁ ସୁନା ଫେରାଇବାର ଦାୟିତ୍ୱ ସଂପୃକ୍ତ ସଂସ୍ଥାର । ଏନେଇ ଆଇଆଇଏଫ୍‌ଏଲର ମୁମ୍ବାଇ ସ୍ଥିତ ମୁଖ୍ୟ ଶାଖାର ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସେପଟେ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲାର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି । ସୁନା ବ୍ୟବସାୟୀ ସରୋଜ କୁମାର ପୃଷ୍ଟି ଓ ଲଳିତ କୁମାର ସୋନିକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୦ ଜଣ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.