ବିଷଧର ସାପ ଆତଙ୍କ: କାମୁଡ଼ାରେ ୧୦ ଆହତ, ୨ ଗୁରୁତର

ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ । ଗୋଟାଏ ଦିନରେ ସାପ କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ସୋର ମେଡ଼ିକାଲରେ ଭର୍ତ୍ତି ।

ସୋର (କେନ୍ୟୁଜ): ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ । ଗୋଟାଏ ଦିନରେ ସାପ କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ସୋର ମେଡ଼ିକାଲରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ସୋର, ନାୟକବନ୍ଧ, ବିଦୁ, ଈଶ୍ୱରପୁର ଆଦି ଅଞ୍ଚଳରୁ ୧୦ଜଣଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆହତମାନେ ହେଲେ ନାୟକବନ୍ଧ ଗ୍ରାମର ଗୀତା ଦାସ, ବିଦୁ ଗ୍ରାମର ଲକ୍ଷ୍ମଣ ମାରାଣ୍ଡି, ମାଣିତ୍ରି ଗ୍ରାମର ତାପସ ମଲ୍ଲିକ, ଈଶ୍ୱରପୁର ଗ୍ରାମର ସାବିତା ସାମନ୍ତ ଏବଂ ଅନ୍ୟମାନେ । ସନ୍ଧ୍ୟାରୁ ରାତି ୧୧ଟା ମଧ୍ୟରେ ଏକାଧିକ ଲୋକ ସାପ କାମୁଡ଼ାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.