Below header

ଫେବ୍ରୁଆରୀ ୨୨ରୁ ହେବ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ବର : ଦଶମ ଶ୍ର୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ପରୀକ୍ଷା ତାରିଖ । ଫେବ୍ରୁଆରୀରୁ ୨୨ ତାରିଖରୁ ମାର୍ଚ୍ଚ ୮ ଯାଏଁ ଏଗଜାମ ହେବ । ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ । ଫେବୃଆରୀ ୨୨ ତାରିଖ ଶୁକ୍ରବାର ପ୍ରଥମ ଭାଷା ପରୀକ୍ଷା ହେବ । ସେହିପରି ଫେବୃଆରୀ ୨୫ ତାରିଖରେ ହେବ ଇଂରାଜୀ ପରୀକ୍ଷା । ୨୭ ତାରିଖ ବୁଧବାର ଦିନ ଛାତ୍ରଛାତ୍ରୀ ତୃତୀୟ ଭାଷା ଦେବେ । ୨୮ ତାରିଖରେ ହେବ ସଂସ୍କୃତ ପରୀକ୍ଷା । ସେହିପରି ମାର୍ଚ୍ଚ ୨ ତାରିଖରେ ଗଣିତ ଓ ୩ରେ ଭିଜୁଆଲ ପରୀକ୍ଷା କରାଯିବ । ମାର୍ଚ୍ଚ ୬ରେ ବିଜ୍ଞାନ ଓ ଆଠ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୨୦୧୯ ମାଟ୍ରିକ ପରୀକ୍ଷାର ପରୀକ୍ଷାର୍ଥୀମାନେ ୪ଟି ସମାନ୍ତର ପ୍ରଶ୍ନସେଟରେ ପରୀକ୍ଷା ଦେବେ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷାରେ ପାସ୍‌ ହେବାକୁ ପ୍ରତି ବିଷୟରେ ଉଭୟ Objective ଓ subjective paperରେ ଅତି କମରେ ୧୫ ମାର୍କ ରଖିବାକୁ ପଡିବ ।

ମାଟ୍ରିକ ପରୀକ୍ଷା – ୨୦୧୯

୨୨-୦୨-୧୯- ପ୍ରଥମ ଭାଷା
୨୫-୦୨-୧୯- ଇଂରାଜୀ
୨୭-୦୨-୧୯ – ତୃତୀୟ ଭାଷା
୨୮-୦୨-୧୯- ସଂସ୍କୃତ
୦୨-୦୩-୧୯ – ଗଣିତ
୦୩-୦୩-୧୯ – ଭିଜୁଆଲ ଆର୍ଟ
୦୬-୦୩-୧୯ – ବିଜ୍ଞାନ
୦୮-୦୩-୧୯ – ସାମାଜିକ ବିଜ୍ଞାନ

https://www.youtube.com/watch?v=45eyacb9uEs

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.