Below header

ଏହି ମନ୍ଦିରର ଶିବଲିଙ୍ଗରେ ପ୍ରତିବର୍ଷ ହୁଏ ଏମିତି ଅତ୍ୟାଚାର , ଶୁଣି ଥରିଯିବ ଛାତି

ଆପଣ ଦେଶର ଅନେକ ଚମତ୍କାରୀ ମନ୍ଦିର ବିଷୟରେ ଶୁଣିଥିବେ । କେଉଁ ମନ୍ଦିରକୁ ଗଲେ ବର୍ଷ ବର୍ଷର ମନୋସ୍କାମନ ପୁରା ହୋଇଥାଏ ତ ଆଉ କେଉଁଠି ଦେଖିବାକୁ ମିଳେ ଭଗବାନଙ୍କ ଚମତ୍କାର । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଶିବ ମନ୍ଦିର ବିଷୟରେ କହିବୁ ଯାହା ଆପଣଙ୍କ ଆଶ୍ଚର୍ଯ୍ୟ ହେବ ।

କୁଲ୍ଲୁ ଘାଟିରେ ଥିବା ଏହି ମନ୍ଦିରର ଶିବଲିଙ୍ଗରେ ପ୍ରତିବର୍ଷ ଶୂନ୍ୟରୁ ବଜ୍ରପାତ ପଡିଥାଏ । ଯାହା ଫଳରେ ଖଣ୍ଡ ଖଣ୍ଡ ହୋଇଯାଏ । ଏହା ପରେ ମନ୍ଦିରର ପୂଜାରୀ ଶିବଲିଙ୍ଗକୁ ଲହୁଣିରେ ଯୋଡି ପୁଣି ପୂର୍ବସ୍ଥିତିକୁ ଆଣନ୍ତି । ଏହି କାରଣରୁ ମନ୍ଦିରର ନାମ ରହିଛି ବିଜୁଳି ମହାଦେବ ।

bijli-mahadev-in-kulluଲୋକକଥା ଅନୁଯାୟୀ, ଏହି ଘାଟିରେ ପୂର୍ବରୁ କୁଲ୍ଲାତ୍ ନାମକ ଜଣେ ଦୈତ୍ୟ ରହୁଥିଲା । ଏହି ଦୈତ୍ୟ କୁଲ୍ଲୁ ନିକଟରେ ଥିବା ନାଗଣଧାରରେ ଅଜଗରର ରୂପ ଧାରଣ କରି ନିକଟସ୍ଥ ମଥାଣ ଗାଁକୁ ଆସିଗଲା । ଦୈତ୍ୟ ରୂପି ଅଜଗର ବ୍ୟାସ ନଦୀର ପ୍ରବାହକୁ ଅଟକାଇ ସେହି ସ୍ଥାନକୁ ପାଣିରେ ବୁଡାଇବାକୁ ଚାହୁଁଥିଲା । କାରଣ ସେ ଚାହୁଁଥିଲା ସେଠାରେ ରହୁଥିବା ସମସ୍ତ ଜୀବଜନ୍ତୁ ପାଣିରେ ବୁଡି ମରିଯାଆନ୍ତୁ । ଯାହା ଫଳରେ ଭଗବାନ୍ ଶିବ ଚିନ୍ତିତ ହୋଇଗଲେ ।

ଏହି ସଙ୍କଟରୁ ବାହାରକରିବା ପାଇଁ ଭଗବାନ୍ ଶିବ ସେହି ଅଜଗର ରୂପି କୁଲ୍ଲାତର ବିଶ୍ବାସ ଜିତି ନେଲେ । ଆଉ ଏହା ପରେ ତା କାନରେ କହିଲେ ତୁମ ଲାଞ୍ଜରେ ନିଆଁ ଲାଗିଯାଇଛି । ଏତିକି ଶୁଣି କୁଲ୍ଲାତ ପଛକୁ ବୁଲିପଡିବା ମାତ୍ରେ ଭଗବାନ୍ ଶିବ ତ୍ରିଶୁଳରେ ପ୍ରହାର କଲେ । ଏବଂ ମରିଯିବା ପରେ ଏକ ବିଶାଳ ପର୍ବତରେ ପରିବର୍ତ୍ତନ ହୋଇଗଲା ତାର ଶରୀର ।

କୁହାଯାଏ କୁଲ୍ଲାତ ମରିଯିବା ପରେ ଇନ୍ଦ୍ରଙ୍କୁ ଶିବ କହିଥିଲେ ଯେ ପ୍ରତିବର୍ଷ ଏହି ସ୍ଥାନରେ ବଜ୍ରପାତ କରିବାକୁ । ତେବେ ବଜ୍ରପାତ ଯୋଗୁଁ ଧନଜନ ଯେମିତି କ୍ଷତି ନହେଉ ସେଥିପାଇଁ ଲୋକଙ୍କୁ ରକ୍ଷା କରିବା ପାଇଁ ଭଗବାନ୍ ଭୋଳାନାଥ ନିଜ ଉପରେ ଏହି ବଜ୍ରପାତ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.