Below header

ବଢ଼ିଆ ଓପନିଂ ପାର୍ଟନରସିପ୍‌ ପରେ ଝୁଣ୍ଟିଲା କଙ୍ଗାରୁ ଦଳ

ପର୍ଥ : ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଅଷ୍ଟ୍ରେଲିଆ କରିଛି ୬ ଓ୍ଵିକେଟ୍‌ରେ ୨୭୭ ରନ୍‌ । ୩ଟି ଅର୍ଦ୍ଧଶତକ ବଳରେ ଘରୋଇ ଦଳ ଭାରତୀୟ ବୋଲିଂ ଆକ୍ରମଣକୁ ସାମନା କରି ଏହି ସ୍କୋର କରିଛି । ଓପ୍ନର ମାର୍କସ୍‌ ହ୍ୟାରିସ୍‌ ୭୦, ଆରୋନ୍‌ ଫିଞ୍ଚ୍‌ ଠିକ୍‌ ୫୦ ରନ୍‌ କରି ଭଲ ଆରମ୍ଭ କରିଥିଲେ । ସେମାନେ ପ୍ରଥମ ଓ୍ଵିକେଟ୍‌ରେ ୧୧୨ ରନ୍‌ ଯୋଡ଼ିଥିଲେ । ହନୁମା ବିହାରୀ ଏହି ଯୋଡ଼ି ଭାଙ୍ଗିଥିଲେ । ପରେ ସନ୍‌ ମାର୍ଶ (୪୫) ଓ ଟିମ୍‌ ହେଡ୍‌ (୫୮) ପଞ୍ଚମ ଓ୍ଵିକେଟ୍‌ରେ ୮୪ ରନ୍‌ ସଂଗ୍ରହ କରିବା ଫଳରେ କଙ୍ଗାରୁ ଦଳ ୨୫୦ ରନ୍‌ ଟପି ପାରିଥିଲା । ପ୍ରଥମ ଦିନ ଖେଳ ଶେଷ ବେଳକୁ ଅଧିନାୟକ ଟିମ୍‌ ପେନ୍‌ ୧୬ ଓ ପ୍ୟାଟ୍‌ କମିନ୍ସ ୧୧ ରନ୍‌ କରି ଖେଳୁଥିଲେ ।

PERTH TEST-2ଭାରତ ପକ୍ଷରୁ ଆଜିର ସଫଳ ବୋଲର ଭାବେ ଇଶାନ୍ତ ଶର୍ମା ୩୫ ରନ୍‌ରେ ୨ଟି ଏବଂ ପାର୍ଟ ଟାଇମ୍‌ ବୋଲର୍‌ ହନୁମା ବିହାରୀ ୫୩ ରନ୍‌ରେ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଯଶପ୍ରୀତ ବୁମରା ଓ ଉମେଶ ଯାଦବଙ୍କୁ ମିଳିଛି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ।
ଏହି ଚାରି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ । ପ୍ରଥମ ଟେଷ୍ଟରେ ଖେଳିଥିବା ରୋହିତ ଶର୍ମାଙ୍କ ଜାଗାରେ ହନୁମା ଏବଂ ସ୍ପିନର ଅଶ୍ୱିନ୍‌ଙ୍କ ଜାଗାରେ ଉମେଶ ଯାଦବ ଖେଳୁଛନ୍ତି । ହନୁମାଙ୍କର ଏହା ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ।

PERTH TEST-3

ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌, ୨୭୭/୬, ୯୦ ଓଭର (ହ୍ୟାରିସ୍‌ ୭୦, ଫିଞ୍ଚ ୫୦, ସନ୍‌ ମାର୍ଶ ୪୫, ଟିମ୍‌ ହେଡ୍‌ ୫୮ । ଇଶାନ୍ତ ୧୬-୭-୩୫-୨, ହନୁମା ବିହାରୀ ୧୯-୩-୬୩-୨) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.