ଖୋଲିଲା ଗୁଗଲର ନୂଆ ଦୋକାନ, ଦମଦାର ଅଫର୍ସ ସହ କିଣନ୍ତୁ ସାମଗ୍ରୀ

ଗୁଗଲ୍ ଖୋଲିଲା ନିଜ ନୂଆ ଦୋକାନ । ଏଣିକି ଆମାଜନ୍, ଫ୍ଳିପକାର୍ଟ ଏବଂ ଅନ୍ୟ ଇ କମର୍ସ ସାଇଟ୍ ପରି ଗୁଗଲରୁ ମଧ୍ୟ କରିପାରିବେ ସପିଂ । ଅନେକ ଦିନ ଏହା ଉପରେ କାମ କରିବା ପରେ ଶେଷରେ ନିଜର ସପିଂ ୱେବସାଇଟ୍ ଲଂଚ୍ କଲା ଗୁଗଲ୍ । ତେବେ ଅନ୍ୟ ଇକମର୍ସ ସାଇଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି ଗୁଗଲର ସପିଂ ସାଇଟ୍ । ଏହା ମାଧ୍ୟମରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରଡକ୍ଟ କିଣିବା ସହ କଣ ଅଫର ରହିଛି ଜାଣିବା ପାଇଁ ଫିଲ୍ଟର ବିକଳ୍ପ ବ୍ୟବହାର କରିପାରିବେ । ଯାହା ଦ୍ବାରା ଭଲ ଅଫର କଣ ରହିଛି ଜାଣିପାରିବେ ଏବଂ ତାହା ଅନୁସାରେ କିଣି ପାରିବେ ।

ତିନିଟି ପ୍ଲାଟଫର୍ମରେ ଲଂଚ କରିଛି ନିଜର ଏହି ସର୍ଭିସ୍ । ଯେଉଁଥିରେ ଗୁଗଲ ସର୍ଚ୍ଚରେ ସପିଂ ଟ୍ୟାବ୍ ଦିଆଯାଇଛି । ସେହିପରି ମୋବାଇଲ୍ ଡିଭାଇସରେ ଏହି ଫିଚରକୁ ଗୁଗଲ୍ ଲେନ୍ସ ଆପରେ ଲଂଚ କରିଛି । ଏହା ବ୍ୟତୀତ ଏକ ନୂଆ ସପିଂ ହୋମ ପେଜ୍ ମଧ୍ୟ ଲଂଚ୍ କରାଯାଇଛି ।

ଏହି ସପିଂ ହୋମପେଜରେ ଗ୍ରାହକ ଅଲଗା ଅଲଗା କ୍ୟାଟେଗୋରୀର ପ୍ରଡକ୍ଟ ସର୍ଚ୍ଚ କରିପାରିବେ । ଏହା ସହ ଜାଣିପାରିବେ କୋଉ ରିଟେଲର୍ ସେହି ପ୍ରଡକ୍ଟକୁ ସବୁଠାରୁ ଶସ୍ତାରେ ବିକ୍ରି କରୁଛି । ଏହା ବ୍ୟତୀତ ଗ୍ରାହକଙ୍କୁ ଉକ୍ତ ପ୍ରଡକ୍ଟ ସହ ଜଡିତ ଅନ୍ୟ ସୂଚନା ମଧ୍ୟ ମିଳିଯିବ । ଏପରିକି ୟୁଜର୍ସ ସେହି ପ୍ରଡକ୍ଟର ରିଭ୍ୟୁ ମଧ୍ୟ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.