Below header

ଅଶୋକ ଗେହଲଟ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ରାଜସ୍ଥାନ : ଅଶୋକ ଗେହଲଟ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ । ସଚିନ ପାଇଲଟ ହେବେ ଉପମୁଖ୍ୟମନ୍ତ୍ରୀ। ଅନେକ ପର୍ଯ୍ୟାୟର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୁଖ୍ୟମନ୍ତ୍ରୀ ନାଁ ଚୟନ ନେଇ ଦଳୀର ବରିଷ୍ଠ ନେତା, ରାଜ୍ୟ ପ୍ରଭାରୀ ଓ ପର୍ଯ୍ୟବେକ୍ଷକଙ୍କ ସହ ଘନଘନ ଆଲୋଚନା ପରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରିପାରିନଥିଲା। ଗତକାଲି ଦିନସାରା ଲାଗିରହିଥିଲା ସସପେନ୍ସ ।

କିନ୍ତୁ ନାଁ ଘୋଷଣା ହୋଇପାରିନଥିଲା। ଆଜି ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଘରେ ଅଶୋକ ଗେହଲଟ ଓ ସଚିନ ପାଇଲଟ ପହଞ୍ଚି ଥିଲେ। ସେଠାରେ ଦୁଇନେତାଙ୍କ ମଧ୍ୟରେ ବୁଝାମଣା ପରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଓ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି । ସଚିନ ପାଇଲଟ ରାଜ୍ୟ ପିସିସି ସଭାପତି ଭାବେ ପଦ ବଜାୟ ରଖିବେ। ତେବେ ସାଢେ ୪ଟାରେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ନାଁ ଘୋଷଣା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.