ଯାଞ୍ଚ ଚାଲିଛି ସେଲଟର୍‌ ହୋମ୍‌

ବ୍ରହ୍ମପୁର (କେନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ହୋମରେ ଯୌନ ଶୋଷଣ ମାମଲା ପରେ ରାଜ୍ୟରେ ଥିବା ଅନ୍ୟ ସେଲଟର ହୋମ୍‌ ଉପରେ ଏବେ ସରକାରଙ୍କ ନଜର । ଏ ସବୁ ସେଲଟର ହୋମ୍‌ କିଭଳି ଚାଲିଛି ସେ ନେଇ ତଦାରଖ ଓ ପରିଦର୍ଶନ କରିବା ଲାଗି କେନ୍ଦ୍ର ଶିଶୁ ସୁରକ୍ଷା ଅଧିକାର ଆୟୋଗର ପ୍ରତିନିଧି ଦଳ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏନସିପିସିଆର ସଦସ୍ୟା ପାୟଲ ଶର୍ମା ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତିଙ୍କ ନେତୃତ୍ୱରେ ବିଭିନ୍ନ ସେଲଟର ହୋମ୍ ପରିଦର୍ଶନ କରିଛନ୍ତି ।
ପ୍ରଥମେ ବ୍ରହ୍ମପୁର ସ୍ଥିତ ବାଲ୍‌ ସୁଧାର ଗୃହ ପରିଦର୍ଶନ କରିବା ସହ କର୍ମଚାରୀ ଓ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଛନ୍ତି । ସରକାରଙ୍କ ନିୟମ ପ୍ରକାରେ ସେଲଟର ହୋମ୍‌ ପରିଚାଳତ ହେଉଛି ନା ନାହିଁ । ଅନ୍ତେବାସୀ କିଭଳି ରହୁଛନ୍ତି ଓ କିଭଳି ଖାଦ୍ୟ ଦିଆଯାଉଛି ସେ ସବୁ ତଦାରଖ କରିଥିଲେ । ତେବେ ଏଠାକାର ପରିଚାଳନା ନେଇ ସନ୍ତୋଷଜନକ ଥିବା ସଦସ୍ୟମାନେ କହିଛନ୍ତି । ତେବେ ଜିଲ୍ଲାରେ ଥିବା ଅନ୍ୟ ସେଲଟର ହୋମ ଗୁଡ଼ିକ ପରିଦର୍ଶନ କରିବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ । ପରେ ଗଜପତି ଜିଲ୍ଲାର ବିଭିନ୍ନ ସେଲଟର ହୋମକୁ ଯିବେ ବୋଲି ସେମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.