OLA ଗାଡିକୁ ଲକଡାଉନ ପାସ, ଭୁବନେଶ୍ୱର ଓ କଟକରେ ଜରୁରୀକାଳୀନ ସେବା ଯୋଗାଇବ ୧୦୦ଟି କ୍ୟାବ୍‌

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର ଓ କଟକରେ ଜରୁରୀକାଳୀନ ସେବା ଯୋଗାଇବା ଆରମ୍ଭ କରିଛି ଓଲା କ୍ୟାବ। ଲକଡାଉନ ସମୟରେ ବେଙ୍ଗାଲୁରୁ ଓ ଭାଇଜାଗ୍‌ ପରେ ଏବେ ଓଲା କ୍ୟାବ ଟ୍ଵିନ ସିଟିରେ ସେବା ଆରମ୍ଭ କରିଛି। ଏହି ସେବା କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ଲୋକଙ୍କୁ ସହାୟତା କରିବ ବୋଲି ଜଣା ପଡିଛି । ଭୁବନେଶ୍ୱର ଏବଂ କଟକ ପାଇଁ ଓଲାକୁ କମିଶନରେଟ୍‌ ପୋଲିସ୍ ପକ୍ଷରୁ ୧୦୦ଟି କ୍ୟାବ୍‌ ଚଳେଇବାକୁ ଅନୁମତି ମିଳିଛି । ଲକଡାଉନ୍‌ ସମୟରେ ଲୋକେ କେବଳ ନିଜ ଘରୁ ଡାକ୍ତରଖାନାକୁ ଯିବା ଆସିବା ପାଇଁ ଓଲା କ୍ୟାବ୍‌ ଉପଯୋଗ କରିପାରିବେ । ରୋଗୀଙ୍କୁ ନେବା ଆଣିବା ପାଇଁ ଏହି ସେବା ଆରମ୍ଭ ହୋଇଛି ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି । କେବଳ ଘର ଠାରୁ ହସ୍ପିଟାଲ ଯାଏ ନେବା ଆଣିବା କରିପାରିବ ଓଲା କ୍ୟାବ୍ । ଗାଡ଼ିରେ ଡ୍ରାଇଭର ସହ ରୋଗୀ ଓ ତାଙ୍କର ଜଣେ ସମ୍ପର୍କୀୟ ଯାଇ ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.