Below header

କରୋନା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଭବିଷ୍ୟବାଣୀ କରିଥିବା ଏହି କୁନି ଜ୍ୟୋତିର୍ବିଦଙ୍କୁ ଜାଣନ୍ତୁ, ପୁଣି କ’ଣ ତାଙ୍କର ଆଗାମୀ ଭବିଷ୍ୟବାଣୀ

ଏ ହେଉଛନ୍ତି ଅଭିଗ୍ୟ ଆନନ୍ଦ, ଜଣେ କୁନି ଜ୍ୟୋତିର୍ବିଦ । ହେଲେ ତାଙ୍କର ଭବିଷ୍ୟବାଣୀ ଏବେ ସୋସିଆଲ୍‌ ମିଡିଆରେ ଚହଳ ପକାଇଛି । ସେ ୨୦୧୯ ଅଗଷ୍ଟ ମାସରେ କରୋନା ଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ ।

ସେ ଗତ ଅଗଷ୍ଟ ମାସରେ ୟୁଟବ୍‌ରେ ତାଙ୍କର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ । ଯେଉଁଥିରେ ସେ କହିଥିଲେ ୨୦୧୯ ନଭେମ୍ବର ରୁ ୨୦୨୦ ଅପ୍ରେଲ ମଧ୍ୟରେ ବିଶ୍ୱ ଏକ ଭୟଙ୍କର ବିପଦର ସାମ୍‌ନା କରିବ ।

abhigya-anand-wiki-bio-

ସେ ଆହୁରି ମଧ୍ୟ କହିଥିଲେ ମଇ ମାସ ୩୧ ସୁଦ୍ଧା କୋଭିଡ-୧୯ର ପ୍ରକୋପ ହ୍ରାସ ପାଇଲେ ବି ଏହା ସମ୍ପୂର୍ଣ୍ଣ ଶେଷ ହେବ ନାହିଁ । ତେବେ ଜୁନ୍‌ ୩୧ ପୂର୍ବରୁ ମାନବ ସମାଜ ଭଲ ଖବର ପାଇ ପାରିବେ ନାହିଁ ବୋଲି ଅଭିଗ୍ୟ କହିଛନ୍ତି ।

ନିକଟରେ ଅଭିଗ୍ୟ ୟୁଟବ୍‌ରେ ଆଉ ଏକ ଭିଡିଓ ଛାଡ଼ିଛନ୍ତି । ସେଥିରେ ସେ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ୨୦ରୁ ପୃଥିବୀ ଆଉ ଏକ ବିପର୍ଯ୍ୟୟର ସାମ୍ନା କରିବ । ଏବଂ ଏହି ବିପଦ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ ।

planet

ତେବେ ୨୦୨୦ ଡିସେମ୍ବର ୨୦ରେ ଯେଉଁ ବିପର୍ଯ୍ୟୟ ଆସିବ ତାହା କରୋନା ଭାଇରସ୍‌ ଠାରୁ ଆହୁରି ଭୟଙ୍କର ହେବ ବୋଲି ସେ କହିଛନ୍ତି । ଯଦି ଆମେ ଆମର ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବା ତେବେ ଆଗାମୀରେ ଆସୁଥିବା ଏହି ବିପର୍ଯ୍ୟୟକୁ ଆମେ ଜିତି ପାରିବା ବୋଲି ସେ ତାଙ୍କର ୟୁଟବ୍‌ରେ କହିଛନ୍ତି।

ପଶୁ ବଦ୍ଧରୁ ବିରତ ରହିବା ସହ ଆମର ପ୍ରକୃତି ମା’କୁ କ୍ଷତି ନ ପହଞ୍ଚାଇବା ପାଇଁ ସେ ଉପଦେଶ ଦେଇଛନ୍ତି । ଯଦି ଆମେ ଆମର କର୍ମ ନ ସୁଧାରିବା ଆଗାମୀରେ ପୃଥିବୀ ମା’ର କୋପ ସହିବାକୁ ପଡ଼ିବ । ତେଣୁ ସମସ୍ତ ମାଂସ ବ୍ୟବସାୟୀମାନେ ସେମାନଙ୍କର ବେପାର ଛାଡ଼ିଦେବା ଉଚିତ୍‌ ବୋଲି ଅଭିଗ୍ୟ କହିଛନ୍ତି ।
କଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.