ଆଜି ଘରେ କିଛି ମିଠା ବନାନ୍ତୁ, ପ୍ରସ୍ତୁତ କରନ୍ତୁ ‘ପନୀର କ୍ଷୀରି’ ଯାହା ଟେଷ୍ଟରେ ଏକଦମ ବେଷ୍ଟ

ଲକଡାଉନ ପାଇଁ ଏବେ ସମସ୍ତେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କାରୋନାକୁ ହରାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବାହାରକୁ ନ ବାହାରିବା କାରଣରୁ ଆପଣ ବଜାର ପ୍ରସ୍ତୁତ ଜିନିଷ କିଛି ଖାଇ ପାରୁନାହାନ୍ତି। ଏଥିପାଇଁ ଆପଣ ଆଦୌ ବି ବ୍ୟସ୍ତ ହୁଅନ୍ତୁନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ପନୀର କ୍ଷୀରି’। ଯାହାର ସ୍ଵାଦରେ ଆପଣ ପୁରା ଦିୱାନା ହୋଇଯିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ଷୀର – ଅଧା ଲିଟର
ପନୀର – ୧୦୦ ଗ୍ରାମ
ଅଳେଇଚ
ଚିନି
ବାଦାମ
କିସମିଶ

ପ୍ରସ୍ତୁତି ପ୍ରଣାଳୀ

ଗ୍ୟାସ ଲଗାଇ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଭଲଭାବେ ଫୁଟିଗଲାପରେ ଗ୍ୟାସକୁ ସ୍ଲୋ କରି ଆଉ କିଛି ସମୟ ଫୁଟାନ୍ତୁ। ଏହାପରେ ଏଥିରେ ପନୀରକୁ କୋରି ଦେବେ ବା କଦ୍ଦୁକସ କରି ପକାଇ ଦିଅନ୍ତୁ। ଏବେ ପନୀର ଏବଂ କ୍ଷୀରକୁ ଭଲ ଭାବେ ମିକ୍ସ କରନ୍ତୁ। ଯେତେବେଳେ କ୍ଷୀର ଗାଢ଼ ହୋଇଯିବ ସେତେବେଳେ ଏଥିରେ ଚିନି ପକାନ୍ତୁ। ଏହାପରେ କ୍ଷୀରିକୁ ଲଗାତର ଚଲାନ୍ତୁ। ଏଥିରେ ଏବେ ଆପଣ କିସମିଶ, ଅଳେଇଚ ଏବଂ କେସର ପକାନ୍ତୁ। ଏହାକୁ କିଛି ସମୟ ଚଲାନ୍ତୁ। ଏବେ ଆପଣଙ୍କର ଗରମା ଗରମ ପନୀର କ୍ଷୀରି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାଉପରେ କାଜୁ ଏବଂ ବାଦାମ ପକାଇ ସଜାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.